କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ନଦୀରେ ବୁଡି ଅକାଳରେ ଚାଲିଗଲା ୧୨ ବର୍ଷର ବାଳକଙ୍କ ଜୀବନ । ତେବେ ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା କାଳାବୁଦାରେ । ପରିବାର ସହ ଜଳାଭିଶେକ ପାଇଁ ଆସିଥିବା ବେଳେ ଏଭଳି ଘଟିଥିବା ଜଣାପଡିଛି । ମୃତକ ହେଲେ ହରିପୁର ଗାଁର କୃଷ୍ଣଚନ୍ଦ୍ର ସାହୁ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଗାଁରେ ଦୁଃଖର ଛାୟା ଖେଳିଯାଇଛି ।
ମିଳିଥିବା ସୂଚନା ମୁତାବକ କୃଷ୍ଣ ତାଙ୍କ ପରିବାର ସହ ଜଳାଭିଶେକ କରିବା ପାଇଁ କାଳାବୁଦା ସ୍ଥିତ ଶନି ମନ୍ଦିରକୁ ଆସିଥିଲେ । ମନ୍ଦିର ପାଖରେ ବହିଯାଇଥିବା ଚିତ୍ରପଳା ନଦୀରୁ ପାଣି ଉଠାଇବା ହଠାତ କୃଷ୍ଣଙ୍କ ପାଦ ଖସିଯାଇଥିଲା । ସେ ନଦୀର ପ୍ରଖର ସୁଅରେ ଭାସିଯାଇଥିଲେ । ପରିବାର ଲୋକ ପାଟି କରିବା ପରେ ସ୍ଥାନୀୟ ଲୋକ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ତେବେ ସେମାନେ ସଫଳ ନହେବାରୁ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ ।
ଖବର ପାଇଁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚିଥିଲେ । ସେମାନେ ବହୁ ଖୋଜାଖୋଜି କରିବା ପରେ ବଡକାଳାବୁଦାଠାରେ ବାଳକକୁ ଠାବ କରିଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରି ମେଡିକାଲ ନିଆ ଯାଇଥିଲା । ଡାକ୍ତର ସେଠାରେ କୃଷ୍ଣଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ । ଅକାଳରେ ପୁଅର ଜୀବନ ଆଖି ଆଗରେ ଚାଲିଯାଇଥିବା ଦେଖିଥିବା ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ବନ୍ଧୁ ବାନ୍ଧବଙ୍କ ସହ ଗାଁ ଲୋକ ଏହି ଖବର ପାଇବାରେ ପରେ ମଧ୍ୟ ସେମାନଙ୍କ ଆଖି ଳୁହରେ ଭିଜି ଯାଇଛି ।