ଭଦ୍ରକ (ଏଟିଆର ବ୍ୟୁରୋ); ଚୁଲିରୁ ବାହାରିଲା ନିଆଁ । ଜଣକ ପରେ ଜଣଙ୍କ ଘରକୁ ବ୍ୟାପିଲା । ଗୋଟିଏ ଗାଁର ୧୭ ବଖରା ଘର ପୋଡି ପାଉଁଶ । ପାଖାପାଖି ୧୦ ଲକ୍ଷ ଟଙ୍କାର ସମ୍ପତି ନିଆଁ ଗିଳିଦେଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ତୋଟାପଡା ଗାଁରେ ଘଟିଛି ଏଭଳି ଭୟାବହ ଅଗ୍ନିକାଣ୍ଡ । ଗାଁର ୮ଟି ପରିବାର ଏବେ ନିଃସହାୟ ହୋଇପଡିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଗ୍ନିକାଣ୍ଡ ।
ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ରାତିରେ ଗାଁର ଜଣଙ୍କ ଚୁଲିରୁ ନିଆଁ ଚାଳକୁ ଧରିଥିଲା । ଏହାପରେ ଗାଁର ୮ଟି ପରିବାରର ୧୭ ବଖରା ଘରକୁ ନିଆଁ ବ୍ୟାପିଯାଇଥିଲା । ଗାଁଲୋକ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେମାନେ ବିଫଳ ହୋଇଥିଲେ । ଶେଷରେ ୩ଟି ଦମକଳ ଆସି ନିଆଁକୁ ଆୟତ କରିଥିଲେ । କିନ୍ତୁ ସେତେବେଳକୁ ସବୁ କିଛି ପୋଡି ପାଉଁଶ ହୋଇଯାଇଥିଲା । ପାଖାପାଖା ୧୦ ଲକ୍ଷ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଥିଲା ।
ଘର ପୋଡିଯିବା ପରେ ଏମାନେ ବେଘର ହୋଇଯାଇଛନ୍ତି । ସରକାରୀ ସହାୟତାକୁ ଚାତକ ଭଳି ଚାହିଁ ରହିଛନ୍ତି । ତେବେ ଆମେ ଆଶା କରୁଛୁ ଆମ ଖବର ପଢ଼ିବା ପରେ ଜିଲ୍ଲା ପ୍ରଶାସନ ଏବଂ ବଦାନ୍ୟ ବ୍ୟକ୍ତିମାନେ ସହଯୋଗର ହାତ ବଢ଼ାଇବେ । କିଛିଦିନ ତଳେ କେନ୍ଦ୍ରାପେଡା ଜିଲ୍ଲାରେ ମଧ୍ୟ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା ।