ଅନୁଗୁଳ (ଏଟିଆର ବ୍ୟୁରୋ); ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିଲେ । କାରରେ ୫ଜଣ ଫେରୁଥିଲେ । ଘରେ ପହଁଞ୍ଚିବା ପୂର୍ବରୁ ଅଧା ବାଟରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବାରୁ ଚାଲି ଯାଇଥିଲା ୩ଜଣଙ୍କ ଜୀବନ । ଆଉ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ୧୪୯ ନମ୍ବର ଜାତୀୟ ରାଜପଥ ନାଇକା ନାଳି ଗାଁ ନିକଟରେ ଘଟିଛି ଦୁର୍ଘଟଣା । ପୋଲିସ କବର ପାଇବା ପରେ ଆହତଙ୍କୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ତେବେ ସମସ୍ତେ ରାଉରକେଲା ଅଞ୍ଚଳର ବୋଲି ଜଣା ପଡିଛି ।
ସୂଚନା ଅନୁଯାୟୀ, ଶନିବାର ଏକ ବିହାହ ଉତ୍ସବରେ ଯୋଗ ଦେବା ପାଇଁ ରାଉରକେଲାରୁ ଖୋର୍ଦ୍ଧା ଆସିଥିଲେ ୫ଜଣ ସାଙ୍ଗ । ବାହାଘରରେ ଯୋଗ ଦେବା ପରେ ପୁଣିଥରେ ସେମାନେ ରାଉରକେଲା ଅଭିମୁଖେ ସ୍ୱିପ୍ଟ ଡିହେଆରରେ ବାହାରିଥିଲେ । ତେବେ ଅନୁଗୁଳ ଜିଲ୍ଲା ସମଲ ଥାନା ଅଧିନରେ ଥିବା ବୁରୁକୁନା ଗାଁ ନିକଟରେ ସାମନା ପଟୁ ଆସିଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା ।
ପ୍ରଥମେ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରିଥିଲେ । ଏହାପରେ ପୋଲିସ କବର ପାଇ ସେମାନଙ୍କୁ ସହଯୋଗ କରିଥିଲା । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣଙ୍କ ଅବସ୍ଥା ସଙ୍କଟାପଣ୍ଣ ରହିଥିବା ଶୁଣିବାକୁ ମିଳିଛି । ଆହତ ମାନଙ୍କୁ ତାଳଚେର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଧକ୍କା ଦେଇଥିବା ଟ୍ରକଟି ଫେରାର ହୋଇଯାଇଛି ।