ପାଟନା(ଏଟିଆର ବ୍ୟୁରୋ): ବିହାରରେ ପ୍ରକୃତି ରଚିଛି ତାର ତାଣ୍ଡବ ଲୀଳା । ବିହାରରେ ବନ୍ୟା ପରିସ୍ଥିତି ରବିବାର ଦିନ ଘୋର ହୋଇପଡିଛି କାରଣ ବନ୍ୟା ଦ୍ୱାରା ୮୭,୦୦୦ ଅଧିକ ଲୋକ ପ୍ରଭାବିତ ହୋଇଥିବା ବିପର୍ୟ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତିରେ କୁହାଯାଇଛି।
ବନ୍ୟା ଜଳରେ ମଗ୍ନ ହୋଇଛି ବିହାରର ୧୬ଟି ଜିଲ୍ଲା । ବିହାରରେ ବନ୍ୟା ଯୋଗୁଁ ୧୬ଟି ଜିଲ୍ଲାର ପ୍ରଭାବିତ ଲୋକଙ୍କ ସଂଖ୍ୟା ୭୪ ଲକ୍ଷକୁ ବୃଦ୍ଧି ପାଇଥିବାବେଳେ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୨୩ରେ ପହଞ୍ଚିଛି ।
ବିପର୍ୟ୍ୟୟ ପରିଚାଳନା ବିଭାଗର ପକ୍ଷରୁ କୁହାଯାଇଛି ଯେ ଏହି ବନ୍ୟା ପରିସ୍ଥିତି ୧୬ଟି ଜିଲ୍ଲାର ୧୨୫ଟି ବ୍ଲକରେ ୧,୨୩୨ଟି ପଞ୍ଚାୟତ ଅଞ୍ଚଳକୁ ପ୍ରଭାବିତ କରିଛି ।
ରିପୋର୍ଟ ଅନୁସାରେ ଦାରବଙ୍ଗା ଓ ମୁଜାଫରପୁରକୁ ମିଶାଇ ଅନ୍ୟ ୯ଟି ଜିଲ୍ଲାରେ ବନ୍ୟା ପାଇଁ ସର୍ବାଧିକ କ୍ଷତି ଘଟିଛି । ମୁଜାଫରପୁର, ପଶ୍ଚିମ ଚମ୍ପରନ୍ , ସାରନ୍ ଏବଂ ସିୱାନ୍ ଜିଲ୍ଲାରେ ବନ୍ୟା ପାଇଁ ଅଧିକ ମୃତ୍ୟୁ ହାର ମଧ୍ୟ ବଢିଛି ।
୩୪ ଲକ୍ଷ ଲୋକଙ୍କର ମିଳିତ ପ୍ରଭାବିତ ଜନସଂଖ୍ୟା ସହିତ ଦାରବଙ୍ଗା ଏବଂ ମୁଜାଫରପୁର ଠାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏହା ସହିତ ଅଧିକ ପ୍ରଭାବିତ ହୋଥିବା ସ୍ଥାନ ଗୁଡିକ ମଧ୍ୟରେ ସୀତାହାରୀ, ଶୋହର, ସୁପଲ, କିଶାନଗଞ୍ଜ, ଦାରବଙ୍ଗା, ମୁଜାଫରପୁର, ଗୋପାଳଗଞ୍ଜ, ପଶ୍ଚିମ ଚମ୍ପରନ୍, ପୂର୍ବ ଚମ୍ପରନ୍, ଖାଗରିଆ, ସରଣ, ସାମସ୍ତିପୁର, ସିୱାନ୍, ମଧୁବାନୀ, ମାଧେପୁରା ଏବଂ ସାହାରା ହେଉଛି ରାଜ୍ୟର ୧୬ଟି ବନ୍ୟା ପ୍ରଭାବିତ ଜିଲ୍ଲା ।
ଜାତୀୟ ବିପର୍ୟ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ର ୨୦ ଟି ଟିମ୍ ଏବଂ ରାଜ୍ୟ ବିପର୍ୟ୍ୟୟ ମୁକାବିଲା ଫୋର୍ସ ( ଏସଡିଆରଏଫ)ର ୧୩ଟି ଟିମ୍ ଦ୍ୱାରା ମିଳିତ ଉଦ୍ଧାର କାର୍ୟ୍ୟ ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୫.୦୮ ଲକ୍ଷ ଲୋକଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଛି ବୋଲି କୁହାଯାଇଛି ବିପର୍ୟ୍ୟୟ ପରିଚାଳନା ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ସହିତ କୁହାଯାଇଛି ଯେ ମୋଟ ୧୧,୮୪୯ ଲୋକଙ୍କୁ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଥିବାବେଳେ ୯.୪୬ ଲକ୍ଷ ଲୋକଙ୍କୁ ପ୍ରଭାବିତ ଅଞ୍ଚଳରେ ଥିବା ୧,୨୬୭ କମ୍ୟୁନିଟି ରୋଷେଇ ଘରେ ଖାଇବାକୁ ଦିଆଯାଇଥିଲା।
ବାଗମାଟି, ବୁରହି ଗାନ୍ଧକ, କମଲାବାଲାନ୍, ଅଶ୍ୱରା, ଖିରୋଇ ଏବଂ ଘାଗ୍ରା ଭଳି ନଦୀ ବିପଦ ସ୍ତରରେ ପ୍ରବାହିତ ହେଉଛି। ଯାହା ବନ୍ୟାର ମୁଖ୍ୟ କାରଣ ।
ଭାଗଲପୁରର କାହଲଗାଓଁରେ ବିପଦ ସଙ୍କେତ ଦେଇ ଗଙ୍ଗା ମଧ୍ୟ ୧୭ ସେମି ଉପରେ ପ୍ରବାହିତ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀର ଜଳ ସ୍ତର -୧.୪ ସେମି ବୃଦ୍ଧି ପାଇଛି ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ବିହାରରେ ବର୍ତ୍ତମାନ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।