ଅନୁଗୁଳ (ଏଟିଆର ବ୍ୟୁରୋ): ପ୍ରବାସୀ ଓଡିଆକୁ ନେଇ ଆସୁଥିବା ଏକ ଗାଡି ଦୁର୍ଘଟଣାଗ୍ରସ୍ତ । ଗାଡଟିି ପ୍ରବାସୀଙ୍କୁ ନେଇ ବୌଦ୍ଧରୁ ବାହାରିବା ପରେ ଅନୁଗୁଳ ଷୋଳପଦା ନିକଟରେ ଏକ ଗଛ ସହ ପିଟି ହୋଇଯାଇଥିଲା । ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ଏହି ଶ୍ରମିକମାନେ ସମସ୍ତେ କେନ୍ଦୁଝର ଜିଲ୍ଲା ପୁରୁଣାକୋଟ ଅଞ୍ଚଳର । ଏମାନେ ଆନ୍ଧ୍ରପ୍ରଦେଶ ପଲାସାରେ କାମ କରୁଥିଲେ ।
ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୫ ଜଣ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ସାମାନ୍ୟ ଆଘାତ ଲାଗିଥିଲା । ଏବେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଯ କରାଯାଇଛି । ଆଉ ୪ ଜଣଙ୍କ ଚିକିତ୍ସା ଚାଲିଛି ।