ଭଦ୍ରକ ( ଏଟିଆର ବ୍ୟୁରୋ): ଗତକାଲି ବିଳମ୍ବିତ ରାତରେ ଘଟିଛି ଏକ ଅଭାବନୀୟ ଘଟଣା । ବିଦ୍ୟୁତ ।ର ସଂସ୍ପର୍ଶରେ ଆସି ଗୋଟିଏ ହାଇବା ହେଲପରଙ୍କ ହୋଇଛି ମୃତ୍ୟ । ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତରେ ଏକ ଟ୍ରକ ହାବେଳି ଗ୍ୟାରେ ପସିଥିବା ବେଳେ ରାସ୍ତାରେ ଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଟ୍ରକଟି ଆସିବା ଫଳରେ ଟ୍ରକରେ ଥିବା ଡ୍ରାଇଭର ଓ ହେଲପରଙ୍କୁ ବିଦ୍ୟୁତ ଝଟକା ଲାଗିଥିଲା । ବିଦ୍ୟୁତ ଝଟକା ଖାଇ ଘଟଣା ସ୍ଥଳରେ ଉଭୟ ଚାଳକ ଓ ହେଲପରଙ୍କର ଚେତା ପଳେଇଥିଲା ।
ଗ୍ରାମବାସୀ ମାନେ ଚାଳକ ଓ ହେଲପରଙ୍କୁ ବାସୁଦେବ ପୁର ଡାକ୍ତରଖାନେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ହେଲପର ବାପୁନ ବେହେରାଙ୍କୁ ମୃତ ଘୋଷଣା କରିଥିଲେ । ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣା ସ୍ଥଳରେ ଯାଇ ତଦନ୍ତ ଆରମ୍ଭ କରିଛି ।
ଗାଁ ଦେଇ ଯାଇଥିବା ୧୧ କେଭି ତାର ଟ୍ରକରେ ଲାଗିବାରୁ ଟ୍ରକଟି ଚାର୍ଜ ହୋଇଯିବା ଫଳରେ ଏମିତି ଏକ ଦୁଃଖଦ ଘଟଣା ଘଟିଛି । ଗରୁତର ଡ୍ରାଇଭରଙ୍କ ନାମ ପ୍ରଦୀପ ନାୟକ , ତାଙ୍କ ଘର ସିମୁଳିଆ ଥାନା ଅଞ୍ଚଳରେ ବୋଲି ଜଣା ପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଡ୍ରାଇଭର ଓ ହେଲପର ଉଭୟ ୧୧ କେଭି ତାରର ଉଚ୍ଚତା ଓ ଗାଡିର ଉଚ୍ଚତା ଠିକ ଭାବେ ଅନୁମାନ ନଲଗାଇ ପାରିବାରୁ ଏମିତି ଏକ ଅଭାବନୀୟ ଘଟଣା ଘଟିଲା ।