ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କନୌଜର ଛିବରାମଓ ରୁ ଜୟପୁର ଯାଉଥିବା ବସ୍ ରେ ବିସ୍ଫୋରଣ ହେବା ପରେ ଭିଷଣ ନିଆଁ ଲାଗିଯାଇଥିଲା । ଏଥିରେ ୨୦ ଜଣ ଯାତ୍ରୀ ଜିଅନ୍ତା ଜଳି ଯାଇଥିଲେ । ଏବେ ଏହି ଦୁର୍ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିଛି । ବସ୍ ର ଡାହାଣ ପାଶ୍ୱର୍ର ଆଗ ଟାୟାର ଫାଟି ଯାଇଥିଲା । ଯେଉଁଥି ପାଇଁ ବସ୍ ଟି ଯାଇ ଟ୍ରକ୍ ସହିତ ଧକ୍କା ହୋଇଥିଲା । ଏହାପରେ ଦୁଇଟି ଗାଡିର ତେଲ ଟାଙ୍କି ଫାଟିଯାଇଥିଲା ଏବଂ ହାଇଟେନସନ ଲାଇନ ର ତାରରୁ ବାହାରୁଥିବା ନିଆଁ ବ୍ୟାପି ଯାଇଥିଲା ।
ବସ୍ ଏବଂ ଟ୍ରକ୍ ରେ ଲାଗିଥିବା ଏହି ଭିଷଣ ନିଆଁରେ ଜିଅନ୍ତା ଜଳିଗଲା ଅନେକ ଜୀବନ । ଏହାସହିତ ଅନେକଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଦେଇଥିଲେ ।
ଏନେଇ ଏସପି ବିନୋଦ କୁମାର କହିଛନ୍ତି, ବସ୍ ର ତଦନ୍ତ କରିବା ପାଇଁ ଲକ୍ଷେ୍ନøରୁ ଫୋରେନସିକ୍ ଟିମ୍ ପହଁଚି ରିପୋର୍ଟ ପ୍ରସ୍ତୁତ କରିବେ ।