ବଲାଙ୍ଗୀର (ଏଟିଆର ବ୍ୟୁରୋ): ଭୁଷୁଡି ପଡିଲା ନିର୍ମାଣାଧୀନ ବ୍ରିଜ୍ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବ୍ରିଜ୍ ତଳେ ଆଉ କିଛି ଶ୍ରମିକ ଫସିଥିବା ଅନୁମାନ କରାଯାଉଛି । ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ପାଟଣାଗଡର ସୁକତେଲରେ ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ସୁକତେଲ ନଦୀ ଉପରେ ଥିବା ବ୍ରିଜ୍ ର ଗୋଟେ ପିଲର ଦବି ଯାଇଥିବାରୁ ଆଜି ତାର ମରାମତି କାମ ଚାଲିଥିଲା । ପାଞ୍ଚ ବର୍ଷ ପୂର୍ବେ ଏହି ବ୍ରିଜ୍ ନିର୍ମାଣ ହୋଇଥିଲା ।ମାତ୍ର ଏହି ସମୟରେ ବ୍ରିଜ୍ ଅଚାନକ୍ ଭୁଷୁଡି ପଡିଥିଲା । ଏଥିରେ ଦୁଇ ଜଣଙ୍କ ଜୀବନ ଚାଲି ଯାଇଛି ।