ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଓଡିଶାରେ ଗଢି ଉଠିବ ଶିଳ୍ପ । ଓଡିଶାର ବେକାରୀ ପାଇବେ ଚାକିରୀ । ଶିଳ୍ପ ହେଲେ ରାଜ୍ୟ ପାଇବ ଲାଭ । ବିକାଶର ପଥେ ପଥେ ଅଗେଇ ଚାଲିବ ଓଡିଶା । ଓଡିଶାରେ ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲି ଦେଇଛନ୍ତି ବାଟ । ଓଡିଶା ଭଳି ସୁନାର ରାଜ୍ୟରେ ନିବେଶ ପାଇଁ ବିଶ୍ୱର ବୃହତ ବୃହତ କମ୍ପାନୀଙ୍କୁ ନିମନ୍ତ୍ରଣ କରିଛି ଓଡିଶା ସରକାର । ଏହି ପରିପ୍ରେକ୍ଷୀରେ ୪ ଦିନ ଧରି ଚାଲିଛି ମେକ ଇନ ଓଡିଶା କନକ୍ଲେଭ । ଦେଶ ତଥା ବିଦେଶରୁ ବହୁ ନାମୀଦାମୀ କମ୍ପାନୀଙ୍କ ମେଳା ଲାଗିଛି ଭୂବନେଶ୍ୱରରେ । ଓଡିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କ ଆହ୍ୱାନରେ ଓଡିଶାର ହେବ ସମୃଦ୍ଧି ।
ଓଡିଶା ଭଳି ରାଜ୍ୟରେ ନିଜର ପୁଞ୍ଜି ନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ , ଭିତ୍ତିପ୍ରସ୍ତର ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଥିବା ବେଳେ ଏ ସବୁ ସୁବିଧା ସୁଯୋଗକୁ ରାଜ୍ୟର ଶିଳ୍ପ କ୍ଷେତ୍ରରେ ବିନିଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସହଯୋଗ କରିବାକୁ ଅଙ୍ଗିକାର ବଦ୍ଧ ହୋଇଛନ୍ତି । ଏହି ପାଞ୍ଚଦିନର କାର୍ଯ୍ୟକ୍ରମରେ ଭରି ରହିଛି ସବୁ ପ୍ରକାର ମସାଲା । ଭାରତୀୟ ମହାକାଶ ଗବେଷଣା ଠାରୁ ଆରମ୍ଭ କରି ପ୍ରତିରକ୍ଷା କ୍ଷେତ୍ରର ବିଭିନ୍ନ ଉପକରଣ , ପ୍ରକ୍ରିୟା ତଥା ଜ୍ଞାନକୌଶଳରେ ଭରି ରହିଛି ଏହି କନକ୍ଲେଭ । ସେହିପରି ପାଖାପାଖି ୬୦ରୁ ଉଦ୍ଧ୍ୱର୍ କମ୍ପାନୀଙ୍କ ବିଭିନ୍ନ ଷ୍ଟଲ ଦେଖାଯାଇଛି ଏହି କାର୍ଯ୍ୟକ୍ରମରେ । ଅନ୍ୟପଟେ ଦେଶ ବିଦେଶ ତଥା ରାଜ୍ୟ ବାହାରୁ ଆସିଥିବା ଲୋକମାନଙ୍କ ପାଇଁ ମେକ ଇନ ଓଡିଶା ଆଣିଦେଇଛି ଏକ ନୂତନ ସୁଯୋଗ ।
ଭୁବନେଶ୍ୱରର ଜନତା ମଇଦାନରେ ୪ ଦିନ ଧରି ବହୁ କାର୍ଯ୍ୟକ୍ରମ ମାନ ଆୟୋକନ କରାଯାଇ ଓଡିଶା ପ୍ରତି ନିବେଶକ ମାନଙ୍କୁ ଆକର୍ଷିତ କରାଉଛି । ବିଭିନ୍ନ କମ୍ପାନୀର ଶହ ଶହ କର୍ମକର୍ତ୍ତାମାନେ ମେକ ଇନ ଓଡିଶା କନକ୍ଲେଭରେ ଯୋଗ ଦେଇ ଓଡିଶାରେ ନିବେଶ ପାଇଁ ମନ ବଳାଇଛନ୍ତି । ଭାରତର ସବୁଠୁ ଧନଶାଳୀ ବ୍ୟକ୍ତି ଭାବେ ଜଣାଶୁଣା ତଥା ଜିଓ ଓ ରିଲାଏନ୍ସ ଗୃପର ମୁଖ୍ୟ ମୁକେଶ ଅମ୍ବାନୀ ଚଳିତ ବର୍ଷ ମେକ ଇନ ଓଡିଶାର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି । ସେହି ପରି ବିର୍ଲା ଗୃଫର ମୁଖ୍ୟ କୁମାର ମଙ୍ଗଳମ ବିର୍ଲା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମେକ ଇନ ଓଡିଶାର ଗାରିମା ବଢାଇଛନ୍ତି । ସେହିପରି ଜିନ୍ଦଲ ଗୃପର ମୁଖ୍ୟ ନବୀନ ଜିନ୍ଦଲ , ବେଦାନ୍ତ ରିସୋର୍ସର ପ୍ରତିଷ୍ଠାତା ଅନିଲ ଅଗ୍ରୱାଲ ଓ ଟାଟା ସନ୍ସ ଅଧ୍ୟକ୍ଷ ଏନ . ଚନ୍ଦ୍ରଶେଖରନ ମଧ୍ୟ ଯୋଗ ଦେଇଛନ୍ତି ।
ତେବେ କନକ୍ଲେଭର ଚତୁର୍ଥ ଦିନ ସୁଦ୍ଧା ଓଡିଶା ସରକାର ରାଜ୍ୟକୁ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ନିବେଶ ପ୍ରତିଶୃତି ପାଇଛନ୍ତି । ଯାହାକୁ ନେଇ ମେକ ଇନ ଓଡିଶା କନକ୍ଲେଭ ସଫଳ ହୋଇଥିବା ଦାବି କରାଯାଉଛି । ତେବେ ଏତେ ଗୁଡିଏ ନିବେଶ ପ୍ରସ୍ତାବକୁ ଦେଶର ନାମୀଦାମୀ ଶିଳ୍ପପତି ତଥା ବିଭିନ୍ନ କମ୍ପାନୀ ମାନଙ୍କ ମୁଖ୍ୟ ହିଁ ଘୋଷଣା କରିଛନ୍ତି । ଜିଓ ପ୍ରତିଷ୍ଠାତା ମୁକେଶ ଅମ୍ବାନୀ ଓଡିଶାରେ ୩ ହଜାର କୋଟି ଟଙ୍କା ନିବେଶ କରିବେ ବୋଲି କହିଛନ୍ତି । ସେ ରିଲାଏନ୍ସ ଜିଓ ତରଫରୁ ଅତିରିକ୍ତ ୩ ହଜାର କୋଟି ଟଙ୍କା ନିବେଶ କରିବା ପାଇଁ କଥା ଦେଇଛନ୍ତି । ସେହିପରି ବିଗତ ଦୁଇ ବର୍ଷ ଧରି ଓଡିଶାରେ ଜିଓ ତାର ପୂର୍ବ ନିବେଶ କାମ ଚାଲୁ ରଖିଥିବା ବେଳେ ପାଖାପାଖି ୩୦ ହଜାର ଲୋକଙ୍କୁ ଚାକିରୀ ଦେଇଥିବା ମଧ୍ୟ ମୁକେଶ ଅମ୍ବାନୀ କହିଛନ୍ତି ।
ଅନ୍ୟପଟେ ଟାଟା ସନ୍ସର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ କଳିଙ୍ଗନଗରରେ ଥିବା ଟାଟା ଷ୍ଟିଲ ପ୍ଲାଣ୍ଟରେ ୨୫ ହଜାର କୋଟି ଟଙ୍କା ନିବେଶ ନେଇ ପ୍ରତିଶୃତି ଦେଇଛନ୍ତି । ସେହିପରି ନବୀନ ଜିନ୍ଦଲ ଅନୁଗୁଳରେ ଥିବା ଜିନ୍ଦଲ କମ୍ପାନୀରେ ୫୫ ହଜାର କୋଟି ଟଙ୍କା ନିବେଶ କରିବା ପାଇଁ କଥା ଦେଇଛନ୍ତି । ସେପଟେ ବେଦାନ୍ତ ଅଧ୍ୟକ୍ଷ ଅଲୁମିନା ରିଫାଇନାରୀ ପାଇଁ ୧୫ ହଜାର କୋଟି ଟଙ୍କା ଓଡିଶାରେ ନିବେଶ କରିବେ ବୋଲି ପ୍ରସ୍ତାବ ଦେଇଛନ୍ତି । ଏହାସହ ଦେଶ ତଥା ବିଦେଶର ବହୁ କମ୍ପାନୀ ଓଡିଶାରେ ନିଜର ନୂତନ ନିବେଶ ତଥା ପୂର୍ବ ପ୍ରକଳ୍ପରେ ନିବେଶ କରିବା ପାଇଁ ଅନେକ ପ୍ରସ୍ତାବ ଦେଇଛନ୍ତି । ତେବେ ଚଳିତ ମେକ ଇନ ଓଡିଶା କନକ୍ଲେଭରେ ରାଜ୍ୟ ମୋଟ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ନିବେଶ ପ୍ରତିଶୃତି ପାଇଛି । ତେବେ ଏ ସମସ୍ତ ନିବେଶ ମଧ୍ୟରୁ ମୁକେଶ ଅମ୍ବାନୀ ନୂତନ ପ୍ରକଳ୍ପ ପାଇଁ ୩ ହଜାର କୋଟି ଟଙ୍କା ନିବେଶ କରିବେ ବୋଲି କହିଛନ୍ତି ।
ସେପଟେ ଏହି କାର୍ଯ୍ୟକ୍ରମରେ ଜିଓ , ରିଲାଏନ୍ସ , ବେଦାନ୍ତ , ଜିନ୍ଦଲ , ବିର୍ଲା ଭଳୀ ବୃହତ କମ୍ପାନୀକୁ ଛାଡି ବହୁ ସରକାରୀ ଓ ବେସରକାରୀ କମ୍ପାନୀ ମାନେ ମଧ୍ୟ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ନାଲକୋ , ଓପିଟିସିଏଲ , ଓଏମସି , ଇଣ୍ଡିଆନ ଅଏଲ , କୋକାକୋଲା , ମିଲ୍କମନ୍ତ୍ରା , ଅଲଟ୍ରାଟେକ ସିମେଣ୍ଟ , ଭାରତ ମସାଲା , ପାରାଦୀପ ପୋର୍ଟ ଟ୍ରଷ୍ଟ ସେମାନଙ୍କର ଷ୍ଟଲ ଦେଖିବାକୁ ମିଳିଛିି । ସେହିପରି ଫାଲକନ , ଇଫକୋ . ଜିନ୍ଦଲ ପାନ୍ଥର , ପିଟର ଇଂଲଣ୍ଡ , ଓକାକ , ଉକ୍ରଳୀକା , ଏନଟିପିସି , ସେଲ ଭଳି ବଡ ବଡ କମ୍ପାନୀ ମାନେ ସେମାନଙ୍କର କାର୍ଯ୍ୟଶୈଳୀ , ୍ଦ୍ରବ୍ୟ , ତଥା ଜ୍ଞାନ କୌଶଳ ବିଷୟରେ ସାଧାରଣ ନିମନ୍ତେ ଷ୍ଟଲ ପକାଇଛନ୍ତି ।
ତେବେ ପୂର୍ବରୁ ମଧ୍ୟ ୨୦୧୬ ମସିହାରେ ମେକ ଇନ ଓଡିଶା କନକ୍ଲେଭ ଆୟୋଜିତ ହୋଇଥିଲା । ୨୦୧୬ର କନକ୍ଲେଭରେ ବହୁ ବଡ ବଡ କମ୍ପାନୀ ଯୋଗ ଦେଇ ବହୁ ପ୍ରତିଶୃତି ଦେଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଗୁଡିଏ କମ୍ପାନୀ ସେମାନଙ୍କ ନିବେଶ ଚଳାଇଥିବା ବେଳେ କେତେକ କାମ କେବଳ କାଗଜ କଲମରେ ହିଁ ରହିଯାଇଛି । ତେବେ ଚଳିତ ବର୍ଷ ମଧ୍ୟ ସାରା ବିଶ୍ୱର ଏକାଧିକ କମ୍ପାନୀକୁ ଓଡିଶା ସରକାର ଆମନ୍ତ୍ରଣ କରିଥିଲେ ହେଁ ସେମାନଙ୍କ ମଧ୍ୟରୁ ୬ ଟି ବିଦେଶୀ କମ୍ପାନୀ ଯୋଗ ଦେଇନାହାନ୍ତି । ଏକାଧିକ ଦେଶକୁ ନିବେଶ ପାଇଁ ଡାକଯାଇଥିଲେ ହେଁ ସେମାନେ ମଧ୍ୟ ଓଡିଶାକୁ ଆସିନାହାନ୍ତି । ଯାହାଦ୍ୱାରା ମେକ ଇନ ଓଡିଶା କନକ୍ଲେଭ ୨୦୧୮ ଉପରେ ଏହାର ପ୍ରଭାବ ପଡିଥିବା କୁହାଯାଉଛି । ତେବେ ରାଜ୍ୟ ଆଶା କରିଥିବା ନିବେଶ ଠାରୁ ଢେର ଅଧିକ ନିବେଶ ପ୍ରତିଶୃତି ପାଇଥିବା ଦେଖା ଦେଇଛି ।
ଏହି କାର୍ଯ୍ୟକ୍ରମକୁ ପ୍ରତେକ ଦିନ ଶହ ଶହ ଲୋକେ ପାରିଦର୍ଶନରେ ଆସୁଛନ୍ତି । ୫ ଦିନ ଧରି ଚାଲିବାକୁ ଥିବା ଏହି କ୍ରା୍ଯ୍ୟକ୍ରମରେ ପ୍ରତେକ ଦିନ ସାଂସ୍କୃତିକ କ୍ରା୍ଯ୍ର୍ୟକ୍ରମ ମାନ ଦେଖିବାକୁ ମିଳୁଛି । ସେପଟେ ଚଳିତ ମେକ ଇନ ଓଡିଶା କନକ୍ଲେଭ ସଫଳ ହୋଇଥିବା ରାଜ୍ୟ ସରକାର ଦାବି କରୁଛନ୍ତି । ତେବେ ପ୍ରତିଶୃତି ମିଳିଥିବା ନିବେଶ କେତେ ନାଟ ଅଗେଉଛି ତାହା ଦେଖିବାକୁ ବାକି ରହିଲା ।