ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସକାଳୁ ସକାଳୁ ଉଠି ମର୍ଣ୍ଣି ୱାକ୍ କରିବାକୁ ବାହାରି ପଡିଥିଲେ ପତି-ପତୀ୍ନ । ସେ ଜାଣିନଥିଲେ ତାଙ୍କର ଏହି ସକାଳ ଶେଷ ସକାଳ ହେବ ବୋଲି । ମର୍ଣ୍ଣି ୱାକ୍ କରୁ ଥିବା ବେଳେ ଅଚାନକ୍ ଏକ ଅଜଣା ଗାଡି ଆସି ଦମ୍ପତିଙ୍କୁ ପିଟି ଦେଇ ଚାଲିଗଲା । ଯାହାଫଳରେ ଦମ୍ପତିଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ ମହିଚଲା ଛକରେ ଘଟିଛି । ମୃତକ ଦ୍ୱୟ ହେଲେ ଚନ୍ଦ୍ରଧ୍ୱଜ ବେମାଲ ଏବଂ ତାଙ୍କ ପତ୍ନୀ କଳାବତୀ ବେମାଲ ।
ଏଭଳି ମର୍ମନ୍ତୁଦ ଦୁର୍ଘଟଣା ପାଇଁ ସେପଟେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ଗାଡି ଚଳାଚଳ ରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି । ଭବାନୀପାଟଣା ଏବଂ ଜୟପୁର ରାସ୍ତାରେ ଦୁଇ ପାଶ୍ୱର୍ରେ ଅନେକ ଗାଡି ଅଟକି ରହିଛି । ଲୋକଙ୍କର ଉତ୍ତେଜନା ଦେଖି ପୋଲିସ ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିବାରେ ଲାଗିଛି ।