କଳାହାଣ୍ଡି (ଏଟିଆର ବ୍ୟୁରୋ); ଚୁଲିରେ ରୋଷେଇ କରୁଥିଲେ । ପାଖରେ ଥିଲା ପେଟ୍ରୋଲ । ନିଆଁ ପେଟ୍ରୋଲକୁ ଧରିବା ପରେ ମହିଳା ଦେହରେ ମଧ୍ୟ ଲାଗିଥିଲା । ଚିକ୍ରାର କରିବା ପରେ ତାଙ୍କ ସ୍ୱାମୀ ବଞ୍ଚାଇବାକୁ ଯାଇ ନିଜେ ଗୁରୁତର ଆହତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ଥାନା ଅନ୍ତର୍ଗତ ପୁରୁଣାଗୁମା ଗାଁରେ ଘଟିଛି ଏଭଳି ଭୟାବହ ଅଗ୍ନିକାଣ୍ଡ । ମହିଳାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ବେଳେ ତାଙ୍କ ସ୍ୱାମୀଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଚୁଲି ପାଖରେ ଥିବା ପେଟ୍ରୋଲ ବୋତଲ ଥିବାରୁ ଏହି ଅଗ୍ନିକାଣ୍ଡ ହୋଇଛି ବୋଲି ପରିବାର ଲୋକ ସୂଚନା ଦେଇଛନ୍ତି । ତେବେ ପ୍ରଥମେ ମହିଳାଙ୍କ ଦେହରେ ନିଆଁ ଲାଗିଥିଲା । ନିଜ ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ନିଜେ ହୋଇଥିଲେ ଗୁରୁତର । ଉଭୟଙ୍କୁ ପରେ ପରିବାର ଲୋକ ଏବଂ ସାଇ ପଡିଶା ଆସି ଉଦ୍ଧାର କରିଥିଲେ । ଉଭୟଙ୍କୁ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ମହିଳାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।
ମହିଳାଙ୍କ ଶରୀରର ୮୦ ଶତକଡା ପାଖାପାଖି ପୋଡିଯାଇଥିବା ଜଣା ପଡିଛି । ତାଙ୍କ ଅବସ୍ଥା ମଧ୍ୟ ସଙ୍କଟାପର୍ଣ୍ଣ ରହିଛି । ତେବେ ତାଙ୍କ ସ୍ୱାମୀଙ୍କ ଶରୀରର ୨୦ ଶତକଡା ପୋଡିଛି ବୋଲି ଜଣାପଡିଛି । ତାଙ୍କ ଅବସ୍ଥା ଏବେ ଟି ଭଲ ଥିବା ଜଣା ପଡିଛି । ପରିବାରର ଦୁଇ ଜଣଙ୍କ ଅବସ୍ଥା ଏପରି ଥିବାରୁ ଦୁଃଖରେ ଭାଙ୍ଗି ପଡିଛନ୍ତି ।