କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ନଦୀରେ ଗାଧୋଉଥିଲେ ଯୁବକ । ହଠାତ ଡାହାଣ ହାତକୁ କାମୁଡି ନଦୀ ଭିତରକୁ ଟାଣି ନେବା ପାଇଁ ଚେଷ୍ଟା କରିଥିଲା କୁମ୍ଭୀର । କିନ୍ତୁ ଭଗବାନଙ୍କ ଦୟାରୁ ଗାଧୁଆ ତୋଠରେ ଥିବା ସ୍ଥାନୀୟ ଲୋକ ଏବଂ ଯୁବକଙ୍କ ଉପସ୍ଥିତ ବୁଦ୍ଧି ପାଇଁ କୁମ୍ଭୀର କବଳରୁ ବଞ୍ଚି ପାରିଛନ୍ତି । ତେବେ ଏଭଳି ସାହାସିକତା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଳା ରାଜନଗର ବ୍ଳକ ଅନ୍ତର୍ଗତ ରାଜପୁର ଗାଁରେ । ସେହି ଗ୍ରାମର ଭାଗବତ ରାଉତ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ କୁମ୍ଭୀର ଟାଣି ନେବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ଭଗବାନଙ୍କ ଦୟାରୁ ସେ ବଞ୍ଚି ଯାଇଛନ୍ତି । ଭାଗବତଙ୍କ ହାତରେ ଗଭୀର ଆଘାତ ଲାଗିଛି ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ମୁତାବକ ଗୁରୁବାର ସକାଳ ୬ଟା ବେଳେ ଭାଗବତ ସ୍ଥାନୀୟ ଅଞ୍ଚଳରେ ବୋହିଯାଇଥିବା ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ହଠାତ କୁମ୍ଭୀର ତାଙ୍କ ଡାହାଣ ହାତକୁ କାମୁଡି ଦେଇ ପାଣି ଭିତରୁ ଟାଣି ଦେବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ସେ ହୁଡାକୁ ଜୋରରେ ଜାବୁଡି ଧରିଥିଲେ । ଏବଂ ପାଟିକରି ବଞ୍ଚାଅ ବଞ୍ଚାଅ ବୋଲି ଡାକିଥିଲେ । ନଦୀରେ ଗାଧୋଉଥିବା ଅନ୍ୟ ଲୋକମାନେ କୁମ୍ଭୀରକୁ ପିଟିବା ସହିତ ଟେକା ପଥର ମାଡ କରିଥିଲେ । କିଛି ସମୟ ଏଭଳି ଚାଲିବା ପରେ କୁମ୍ଭୀର ତାଙ୍କୁ ଛାଡି ପଳେଇଥିଲା ।
ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ପରିବାର ଲୋକ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗାଧୁଆ ଘାଟକୁ ସୁରକ୍ଷିତ କରାଯିବାକୁ ପୋତା ଯାଇଥିବା ବାଡ଼ର ଗୋଟିଏ ଦୁଇଟି ବହ୍ଲା ଭାଙ୍ଗି ଯାଇଥିବାରୁ ସମ୍ଭବତଃ ପୂର୍ବରୁ ସେଇ ବାଟେ କୁମ୍ଭୀର ଭିତରକୁ ଚାଲି ଆସିଥିଲା। କୁମ୍ଭୀର ସହ ଟଣାଓଟରା ବେଳେ ଭାଗବତଙ୍କ ତା’ ଜାବରେ ଥାଇ ଲହୁଲୁହାଣ ହୋଇଥିବା ବାମ ହାତଟି ଖୁଆ ପାଖରୁ ଖସି ଯାଇଥିବା ପରି ମନେହେଉଛି।