ଭୁବନେଶ୍ୱର (ଏଟିଆର ବ୍ୟୁରୋ); କେଇ ଘଣ୍ଟା ଝଡ ପବନରେ ଓଡିଶାର ଚିତ୍ର ବଦଳି ଯାଇଛି । କରେଣ୍ଟ ଏବଂ ପାଣି ନପାଇ ବିକଳ ହେଉଥିବା ଲୋକଙ୍କୁ ଏବେ ହଇରାଣ କରୁଛି ତାତି । ଦିନକୁ ଦିନ ଅସହ୍ୟ ହେବାରରେ ଲାଗିଛି ଖରା । କରେଣ୍ଟନଥିବା ବେଳେ ଗରମ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି । ରାଜ୍ୟର ୧୪ଟି ଜିଲ୍ଲାରେ ବାତ୍ୟାର ପ୍ରଭାବ ପଡିଛି । ଇତି ମଧ୍ୟରେ ଚଅଦିନ ବିତିଯାଇଥିଲେ ସୁଦ୍ଧା କରେଣ୍ଟ ଏବଂ ପାଣି ଆସିବାର ନାଁ ଧରୁନି । ତେବେ ଏହି ସମୟରେ ୧୦ଟି ସହରରେ ୪୦ ଡିଗ୍ରୀରୁ ଉପରକୁ ରହିଛି ତାପମାତ୍ରା ।
ଭୁବନେଶ୍ୱରର ତାପମାତ୍ରା ଯଦିଓ ଏବେ ୪୦ ଡିଗ୍ରୀ ଛୁଇଁନାହିଁ ତେବେ ଏଠାରେ ଗୁଳୁଗୁଳି ଅସହ୍ୟ ହେବାରେ ଲାଗିଛି । ଦିନେ ଦୁଇ ଦିନ ମଧ୍ୟରେ ଭୁବନେଶ୍ୱର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ଟପିଯାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ବଲାଙ୍ଗୀର,କଟକ,ନୟାଗଡ,ବୌଦ୍ଧ,ଟିଟିଲାଗଡ,ସମ୍ବଲପୁର,ଦେବଗଡ,ସୋନପୁର,ସୁନ୍ଦରଗଡ,ଝାରସୁଗୁଡା ଏବଂ ନବରଙ୍ଗପୁର ସହରରେ ଗରମ ଅସହ୍ୟ ହେବାରେ ଲାଗିଛି । ଏଣୁ ଏହି ସବୁ ସହରରେ ହିଟୱେଭ ଜାରି କରାଯାଇଛି ।
ଦିନେ ଦୁଇ ଦିନ ମଧ୍ୟରେ କେତେକ ସ୍ଥାନରେ କାଳବୈଶାଖୀ ମଧ୍ୟରେ ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଭୁବନେଶ୍ୱର,କଟକ ଏବଂ ପୁରୀରେ ବାତ୍ୟା ଲଶଗି ଅଧିକ କ୍ଷତି ହୋଇଛି । ଏଣୁ ଏହିସବୁ ସ୍ଥାନରେ କରେଣ୍ଟ ଆସିନଥିବା ବେଳେ ଦିନରେ ତାତି ଲୋକଙ୍କୁ ହଇରାଣ କରୁଛି । ରାତିରେ ମଶା ସାଙ୍ଗକୁ ଗରମ ସମସ୍ତଙ୍କ ଚିନ୍ତାର କାରଣ ହୋଇଛି । ୧୨ ତାରିଖରୁ କ୍ରମଶଃ ବଢ଼ି ୧୫ ତାରିଖରେ ଭୁବନେଶ୍ବର ତାପମାତ୍ରା ୪୨ ଡିଗ୍ରି ହୋଇପାରେ।