ରାୟଗଡା (ଏଟିଆର ବ୍ୟୁରୋ); ମୃତ୍ୟୁ କେତେବେଳେ ଆସେ କାହାକୁ ବି ଜଣା ନଥାଏ । କିନ୍ତୁ ଅକାଳରେ ମୃତ୍ୟୁ ହେଲେ ସମସ୍ତଙ୍କୁ ବହୁତ ବାଧେ । ତେବେ ଏଭଳି ଅକାଳ ମୃତ୍ୟୁ ହୋଇଛି ରାୟଗଡା ଜିଲ୍ଲାରେ । ଦୁଇ ଜଣ ଶିଶୁଙ୍କ ମୃତ ଦେହ ପୋଖରୀରୁ ମିଳିବା ପରେ ସନ୍ଦେହ ବଢ଼ି ଯାଇଛି । ମୃତ ଶିଶୁ ଦ୍ୱୟ ହେଲେ ସ୍ଥାନୀୟ ମାଟିକଣା ଗାଁର ସୁନୀଲ ହାରେନିକା ଏବଂ ଅମରେଶ ହାରେନିକା । ଦୁହିଁଙ୍କ ଶବ ପୋଖରୀରେ ଭାସୁଥିବା ଆଜି ସକାଳେ ଦେଖିବାକୁ ମିଳିଥିଲା । ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ସେମାନେ ଆସି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛନ୍ତି । ସେପଟେ ପୋଲିସ ଘଟଣାର ତଦନ୍ତ କରୁଛି ।
ମିଳିଥିବା ସୂଚନା ମୁତାବକ ଗତକାଲି ଦୁହେଁ ସ୍କୁଲରୁ ଫେରିବା ପରେ ଖେଳିବା ପାଇଁ ବାହାରୁକ ପଳାଇଥିଲେ । କିନ୍ତୁ ରାତି ହୋଇଥିଲେ ମଧ୍ୟ ଦୁହେଁ ଘରକୁ ଫେରିନଥିଲେ । ପରିବାର ଲୋକ ବହୁତ ଖୋଜାଖୋଜି କଲା ପରେ ମଧ୍ୟ ସେମାନଙ୍କ ପତ୍ତା ପାଇନଥିଲେ । ତେବେ ଆଜି ସକାଳୁ ଉଭୟଙ୍କ ମୃତଦେହ ପାଣିରେ ଭାସୁଥିବା ଗାଁ ଲୋକ ଦେଖିଥିଲେ । ପରେ ଏମାନେ ଦମକଳ ବାହିନୀକୁ ଖବର ଦେଇଥିଲେ । ଏବଂ ଉଭୟଙ୍କ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯାଇଛି । ତେବେ ଏମାନେ କଣ ପାଣିରେ ବୁଡି ଗଲେ । ନାଁ କେହି ଏମାନଙ୍କୁ ମାରି ଦେଇଛି ଏଭଳି ଅନେକ କଥା ଉଠୁଛି ।
ତେବେ ଉଭୟ ଅଲଗା ଅଲଗା ପରିବାରର ହୋଇଥିବାରୁ ସନ୍ଦେହ ଅଧିକ ବଢ଼ିବାରେ ଲାଗିଛି । କାରଣ କେହି ଯଦି ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ମାରି ଥାଆନ୍ତା ତେବେ ଜଣକୁ ମାରି ଥାଆନ୍ତା କିନ୍ତୁ ଦୁଇ ଜଣଙ୍କୁ କାହିଁକି ମାରିଲା । ସେ ଯାହାବି ହେଉ ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ ସତ୍ୟ ଜଣା ପଡିଯିବ ବୋଲିସ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।