ସମ୍ବଲପୁର (ଏଟିଆର ବ୍ୟୁରୋ); ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା କଲେ ଯୁବତୀ । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣା ପଡିନାହିଁ । ତେବେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ବୁର୍ଲା କେନାଲ ନିକଟରେ ଘଟିଛି ଏଭଳି ରହସ୍ୟ ଜନକ ଘଟଣା । ମୃତ ଯୁବତୀ ଜଣକ ହେଲେ ବୁର୍ଲା ଗାନ୍ଧୀପଡାର ମଧୁ ବାରିକ । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଘଟଣାର ତଦନ୍ତ ଜାରି ।
ପୋଲିସ ରିପୋର୍ଟ ମୁତାବକ,ଶୁକ୍ରବାର ମଧୁ ବୁର୍ଲା ବ୍ରିଜ ଉପରୁ ତଳକୁ ଡେଇଁ ପଡିଥିଲେ । ସ୍ଥାନୀୟ ଲୋକ ଦେଖିବା ପରେ ତାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ । ତେବେ ବହୁ ଖୋଜା ଖୋଜି କରିବା ପରେ ଡେଇଁଥିବା ସ୍ଥାନଠାରୁ ଅଧ କିଲୋମିଟର ଦୂରରେ ଥିବା ବିଷ୍ଣୁ ମନ୍ଦିର ପଡା ସ୍ମଶାନ ଘାଟ ପାଖରୁ ମିଳିଥିଲେ । ତାଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ଯୁବତୀ ଜଣକ କେଉଁ କାରଣରୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ତାହା ଜାଣିବା ପାଇଁ ଖୋଡତାଡ କରୁଛି ପୋଲିସ । ଯୁବତୀ ଜଣକ ପ୍ରେମରେ ଧୋକା ଖାଇବା ପରେ କିମ୍ବା ପରିବାର ଲୋକଙ୍କ କୌଣସି କଥା ସହିନପାରି ଏପରି ଆତ୍ମହତ୍ୟା ଉଦ୍ୟମ କରିଥିବା ସ୍ଥାନୀୟ ଅଞ୍ଚଳର ଲୋକ ଟୁପୁରୁ ଟାପୁରୁ ହେଉଛନ୍ତି । ତେବେ ପୋଲିସର ତଦନ୍ତ ପରେ ସବୁ ସତ ପଦାକୁ ଆସିବ ।