କେନ୍ଦୁଝର (ଏଟିଆର ବ୍ୟୁରୋ); ମରଣ ଯନ୍ତା ପାଲଟିଛି କେନ୍ଦୁଝର ଲ୍ଲ୍ା ୨୦ ନମ୍ବର ଜାତୀୟ ରାଜପଥ । ପ୍ରତିଦିନ ଏଠାରେ ଦୁର୍ଘଟଣା ଘଟୁଥିବାର ନଜର ଆସୁଛି । ଗୋଟିଏ ପରେ ଗୋଟିଏ ଜୀବନ ଅକାଳରେ ଚାଲିଯାଉଥିବା ଦେଖିବାକୁ ମିଳିଛି । ତେବେ ଆଜି ସକାଳେ ମଧ୍ୟ ଜଣେ ଟ୍ରକ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଟ୍ରକ ଭିତରେ ଚାପି ହୋଇ ରହିଥିଲେ ଡ୍ରାଇଭର । ପୋଲିସ ଏବଂ ଅଗ୍ନିଶମ ବିଭାଗ କଟର ମେସିନରେ କାଟି ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି । ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇ ଦେଇଛି ପୋଲିସ । ଘଟଣାର ତଦନ୍ତ ଜାରି ।
ପୋଲିସ ରିପୋର୍ଟ ମୁତାବକ ଶନିବାର ସକାଳେ ଯୋଡା ପଟୁ ଦୃତ ଗତିରେ ଆସୁଥିବା ଏକ ଆଇରନ ବୋଝେଇ ଟ୍ରକ ହାଇୱାକୁ ଓଭରଟେକ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ହାଇୱା ପଛପଟେ କୁଟି ହୋଇ ଯାଇଥିଲା ଆଇରନ ବୋଝେଇ ଟ୍ରକ । ଏତେ ଜୋରରେ ଦୁର୍ଘଟଣା ହୋଇଥିଲା କି ଟ୍ରକଟି ଡିଭାଇଡର ଉପରକୁ ଚଢ଼ିଯାଇଥିଲା । ଏବଂ ଡ୍ରାଇଭର ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ।
ରାସ୍ତା ମଝିରେ ଏହି ଦୁର୍ଘଟଣା ହେବାରୁ ରାସ୍ତାରେ ଅନ୍ୟ ଗାଡି ଗୁଡିକ ଅଟକି ରହିଥିଲା । ପୋଲିସ କବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ମୃତ ଦେହକୁ ଉଦ୍ଧାର କରିଥିଲା । ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପଠାଇ ଦିଆଯାଇଛି । ଟ୍ରକ ଦୁଇଟିକୁ ଜବତ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।