ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏକ ବଡ ଧରଣର ଦୁର୍ଘଟଣା । କୋଇଲା ଖଣିରେ ବିସ୍ଫୋରଣ । ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନେକ ଲୋକ ଫସି ରହିଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଭଳି ଏକ ଅଭାବନୀୟ ଘଟଣା ଚୀନର ଦକ୍ଷୀଣ ପଶ୍ଚିମରେ ଘଟିଛି ।
ସ୍ଥାନୀୟ ଅଧିକାରୀଙ୍କ କହିବାନୁଯାୟୀ , ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରୀ ବଢିପାରେ । ଦକ୍ଷୀଣ-ପଶ୍ଚିମ ଚୀନ୍ ର ଗୁଇଝାଓ ପ୍ରାନ୍ତରେ ଏହି ଦୁର୍ଘଟଣାଟି ଘଟିଛି ।
ସୂଚନାଯୋଗ୍ୟ, ଏଭଳି ଘଟଣା ଚୀନରେ ପ୍ରଥମ ଥର ହୋଇନାହିଁ । ଏହା ପୂର୍ବରୁ ବି ଏଭଳି ମାମଲା ସାମ୍ନାକୁ ଆସିସାରିଛି । ୨୧ ଅକ୍ଟୋବର ୨୦୧୯ରେ ଚୀନ୍ ର ଶାନଡୋଗ ରେ ଥିବା କୋଇଲା ଖଣିରେ ବଡ ଧରଣର ବିସ୍ଫୋରଣ ହୋଇଥିଲା ।