ଢାକା (ଏଟିଆର ବ୍ୟୁରୋ): ଭାରସାମ୍ୟ ହରାଇ ପୋଖରୀକୁ ଖସିପଡିଲା ଯାତ୍ରୀବାହୀ ବସ୍ । ଚାଲିଗଲା ୧୭ ଜଣଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଂଲାଦେଶ ଛତ୍ରକଣ୍ଡା ଅଞ୍ଚଳରେ । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଛନ୍ତି । ଏହାସହିତ ଦୁର୍ଘଟଣାରେ ୩୫ ଜଣ ଆହତ ମଧ୍ୟ ହୋଇଛନ୍ତି ।
ଶନିବାର ଦୁର୍ଘଟଣା ଘଟିଛି । ଗାଡି ଚାଳକଙ୍କ ଅବହେଳା ପାଇଁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ୫୨ ଜଣ ଯାତ୍ରୀ କ୍ଷମତା ଥିବା ବସ୍ ରେ ୬୦ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା ବସ୍ । ବସ୍ ଟି ଓଭରଲୋଡ ଥିବା ହେତୁ ବହୁତ ଶୀଘ୍ର ପାଣିରେ ବୁଡିଯାଇଥିଲା ।