କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଭିତରକନିକାରୁ ଉଦ୍ଧାର ହେଲା ୧୨ ଫୁଟ ଲମ୍ବର ବଉଳା କୁମ୍ଭୀରର ମୃତ ଦେହ । ସୋମବାର ସକାଳ ୧୦ଟା ବେଳେ ରାଜ କନିକା ବ୍ଳକ ଜୟନଗର ନିକଟ ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହୋଇଛି ଏହି କୁମ୍ଭୀରଟି । ତେବେ ଏହା ୩-୪ ଦିନ ପୂର୍ବରୁ ମରି ଯାଇଥିବା ସୂଚନା ଦେଇଥିବା ବେଳେ ଏହା କିପରି ମରିଛି ତାହା ଜଣା ପଡିଦାହିଁ । ବନ ବିଭାଗ ମୃତ କୁମ୍ଭୀରକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡିବ ।
ମିଳିଥିବା ସୂଚନା ମୁତାବକ ସୋମବାର ସକାଳୁ ଜୟନଗର ନିକଟରେ କୁମ୍ଭୀରଟି ମରି ଭାସୁଥିବା ଦେଖିଥିଲେ ସ୍ଥାନୀୟ ଲୋକ । ପରେ ଲୋକମାନେ ବନ ବିଭାଗକୁ କବର ଦେଇଥିଲେ । ଖବର ପାଇବା ପରେ ଖୋଳା ବନପାଳ ଗ୍ୟାନ ରଞ୍ଜନଙ୍କ ତତ୍ୱାବଧାନରେ ଏକ ଟିମ ସେଠାକୁ ଯାଇ ମୃତ କୁମ୍ଭୀରକୁ ବୋଟରେ ଟାଣି ଟାଣି ଆଣିଥିଲେ । ସ୍ଥଳଭାଗକୁ ଆସିବା ପରେ କୁମ୍ଭୀରକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିବା ଦେଖବାକୁ ମିଳିଥିଲା ।