କଟକ (ଏଟିଆର ବ୍ୟୁରୋ); କଟକ ବଡ ମେଡିକାଲରେ ଅଗ୍ନିକାଣ୍ଡ । ରେକର୍ଡ ରୁମରେ ନିଆଁ ଲାଗି ବହୁ ମୂଲ୍ୟବାନ କାଗଜ ପତ୍ର ଏବଂ ଏସି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବିଭାଗର ତତ୍ପରତା ପାଇଁ ବଡ ବିପଦରୁ ଟଳି ଯାଇଛି ଏସସିବି । ମାତ୍ର ୧୦ ମିନିଟ ଭିତରେ ନିଆଁକୁ ଆୟତ କରିଥିଲା । ନିଆଁ ଲାଗିବାର କାରଣ ସ୍ପଷ୍ଠ ହୋଇନାହିଁ । ସର୍ଟ ସର୍କିଟ ପାଇଁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି ।
ପୋଲିସ ସୂଚନା ଅନୁଯାୟୀ ମଙ୍ଗଳବାର ଭୋର ୩ଟା ସମୟରେ ରେକର୍ଡ ରୁମରେ ନିଆଁ ଲାଗିଥିବା ପ୍ରଥମେ ଫାଣ୍ଡି ପୋଲିସ ଦେଖିଥିଲା । ପରେ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଦମକଳ ଗାଡି ପହଁଞ୍ଚିଥିଲା । ତତକ୍ଷଣାତ ଅଗ୍ନିଶମ କର୍ମଚାରୀ ମାନେ ନିଆଁକୁ ଆୟତ କରିଥିଲେ । ତେବେ ରେକର୍ଡ ରୁଲରେ କେହି ନଥିବାରୁ କାହାର କିଛି କ୍ଷତି ହୋଇନାହିଁ କିନ୍ତୁ ବହୁ ମୂଲ୍ୟବାନ କାଗଜ ପତ୍ର ଏବଂ ଏସି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଛି ।
ପୂର୍ବରୁ ମଧ୍ୟ ଦୁଇ ତିନିଥର ଏସସିବିରେ ୍ରଗ୍ନିକାଣ୍ଡ ହୋଇଛି । ତେବେ ଭଗବାନଙ୍କ ଦୟାର ସେତେ ବଡ ଧରଣର ଅଗ୍ନିକାଣ୍ଡ ଘଟିନାହିଁ । ଭୁବନେଶ୍ୱର ସମ ହସ୍ପିଟାଲରେ ସବୁଠାରୁ ବଡ ଧରଣର ଅଗ୍ନିକାଣ୍ଡ ହୋଇଥିଲା । ଯେଉଁଥିରେ ରୋଗୀ ପ୍ରାଣ ହରାଇଥିଲେ । ଏହାପରେ ଓଡିଶାର ବହୁ ହସ୍ପିଟାଲରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା ।