ଖଲ୍ଲିକୋଟ (ଏଟିଆର ବ୍ୟୁରୋ): ଚାହୁଁ ଚାହୁଁ ଜଳିଗଲା ୪ ପାଳଗଦା । କେବଳ ପାଳଗଦା ନୁହେଁ ଏଥିରେ ଅନେକ ଧାନ ବସ୍ତା ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଛି । ଏଭଳି ଏକ ଭୟାବହ ଅଗ୍ନିକାଣ୍ଡ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ପାନନୂଆଁ ଗାଁରେ ଘଟିଛି ।
ପାଲନୂଆ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ସର୍ଟସର୍କିଟ ଯୋଗୁଁ ହୋଇଥିବା ଜାଣିବାକୁ ମିଳିଛି । ପ୍ରକୃତରେ ପ୍ରଧାନ ସାହିର ଖଳା ଗଦା ଦେଇ ଯାଇଥିବା ୧୧ କେଭି ତାର ସ୍ପାର୍କିଂ ହେବାରୁ ନିଆଁ ପାଳ ଗଦା ଉପରେ ପଡିଥିଲା । ଏହାପରେ ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳି ଉଠିଥିଲା ପାଳଗଦା । ପରେ ଏହି ଚାରିଆଡକୁ ବ୍ୟାପି ଯାଇଥିଲା । ନିଆଁ ଲାଗିଯାଇଥିବା ଦେଖି ଗାଁ ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ନିଆଁକୁ ଆୟତ୍ତ କରିପାରିନଥିଲେ ।
ଏହାପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମୀ ପହଁଚି ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ । ମାତ୍ର ବିଳମ୍ବ ହୋଇଯାଇଥିବା ସବୁକିଛି ଜଳି ପୋଡି ଛାର ଖାର୍ ହୋଇଯାଇଥିଲା । ମାତ୍ର କେତେ ଟଙ୍କାର ଧାନ ନଷ୍ଟ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।