ଭୁବନେଶ୍ୱର (ଏଟିଆର ବ୍ୟୁରୋ): କିଛି ଦିନ ହେବ ଶୀତରେ ଥରୁଛି ରାଜ୍ୟର ବିଭିନ୍ନ ସ୍ଥାନ । ମାତ୍ର ଆଜି କିଛି ସ୍ଥାନରେ ତାପମାତ୍ରା ବଢିଥିବା ଜଣାପଡିଛି । ସେହିଅନୁଯାୟୀ ଆଜି ସୋନପୁରର ତାପମାତ୍ରା ୭.୦ ଡିଗ୍ରୀ ରହିଛି କିନ୍ତୁ ଗତକାଲି ଏଠାକାର ତାପମାତ୍ର ୬.୦ ଡିଗ୍ରୀ ରହିଥିଲା । ଅନ୍ୟପଟେ ଅନୁଗୁଳ, ଦାରିଙ୍ଗବାଡି ଓ ଟିଟଲାଗଡରେ ତାପମାତ୍ରା ୭.୦ ଡିଗ୍ରୀ ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡିଛି ।
ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରାଙ୍କ କହିବାନୁଯାୟୀ, ରାଜ୍ୟର ପ୍ରତ୍ୟେକ ସ୍ଥାନରେ ତାପମାତ୍ର ପ୍ରାୟତଃ ୧ ରୁ ୨ ଡିଗ୍ରୀ ବୃଦ୍ଧି ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତାପମାତ୍ରା ଆହୁରୀ ବଢିବା ସମ୍ଭାବନା ରହିଛି । ଏହାପରେ ଶୀତର ପ୍ରକୋପ ଧୀରେ ଧୀରେ କମିବ । ଏହାସହିତ ଆସନ୍ତା ୪୮ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ସାମାନ୍ୟ କୁହୁଡି ଦୃଶ୍ୟମାନ ହୋଇପାରେ ।