ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଲଗାଣ ବର୍ଷା ପରେ ଗତ ଦୁଇଦିନ ହେଲା ପାଗ ସାମାନ୍ୟ ଶୁଖିଲା ରହିିଛି । ତେବେ ପୁଣି ଆସନ୍ତା ୩ ତାରିଖରୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ପୁଣି ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୩ ରୁ ୫ ପର୍ଯ୍ୟନ୍ତ ୨ ଦିନ ଧରି ପ୍ରବଳ ବର୍ଷା ହେବ । ଏହି ସମୟ ମଧ୍ୟରେ ଉପକୂଳ ଓଡିଶା ସମେତ ୧୩ ଟି ଜିଲ୍ଲାରେ ବର୍ଷାର ପରିମାଣ ବଢିବ ।
ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ସୋନପୁର, ବରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ବର୍ଷା ହେବା ସମ୍ଭାବନା ରହିଛି । ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ଲଗାଣ ବର୍ଷା ହେୁଥିବାରୁ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି । ଏହି ଅବସରରେ ଗତକାଲି ଅତିରିକ୍ତ ଦୁଇଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ସର୍ବମୋଟ ୨୨ ଟି ଗେଟ ଦେଇ ୩ ଲକ୍ଷ କ୍ୟୁସେକରୁ ଅଧିକ ଜଳ ନିସ୍କାସିତ ହେଉଛି ।
ଅନ୍ୟପଟେ ଗତକାଲି ଠାରୁ ରାଜ୍ୟରେ ମୌସୁମୀ ମାସ ଶେଷ ହୋଇଛି । ତଥାପି ରାଜ୍ୟରେ ଆଉ ୧୦ ଦିନରୁ ଅଧିକ ଦିନ ମୌସୁମୀ ବାୟୁ ସକ୍ରିୟ ରହିବ ବୋଲି ଅନୁମାନ କରାଯାଉଛି । ସେହିପରି ଏଥର ମୌସୁମୀ ବାୟୁ ରାଜ୍ୟରେ ବିଳମ୍ଭରେ ପ୍ରବାହିତ ହୋଇଥିଲେ ମଧ୍ୟ ଏଥର ରାଜ୍ୟରେ ବର୍ଷର୍ା ସ୍ୱାଭାବିକ ଠାରୁ ଅଧିକ ହୋଇଛି । ଜୁନ ୧ ଠାରୁ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ରାଜ୍ୟରେ ୯.୯ପ୍ରତିଶତ ଅଧିକ ବର୍ଷା ହୋଇଛି । ଏନେଇ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ରିପୋର୍ଟ ଦେଇଛି ।