ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବହୁତ ବଡ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି ଦୁଇଟି ବିମାନ । ବର୍ଷା ପାଣିରେ ଓଦା ହୋଇଥିବା ରନୱେରେ ବିମାନ ଦୁଇଟି ଗଡୁଥିବା ବେଳେ ଖସି ଯିବା ଯୋଗୁଁ ଏଭଳି ଘଟଣାର ଶିକାର ହୋଇଛି । ମାତ୍ର ଏଥିରେ କୌଣସି ପ୍ରକାରର କ୍ଷତି ହୋଇ ନାହିଁ ବୋଲି ସୂଚନା ମିଳିଛି ।
ଖବରମୁତାବକ, ଭୋପାଳରୁ ସୁରତରେ ପହଁଚିଥିବା ସ୍ପାଇସଜେଟ୍ ବିମାନ ଲାଣ୍ଡିଂ ପରେ ରନୱେରୁ ଗଡି ଯାଇ ସେଫ୍ଟି ଏରିଆକୁ ଚାଲିଯାଇଥିଲା । ବିମାନର ଚକା କାଦୁଅରେ ଫସିଯିବା ଫଳରେ ବିମାନଟି ଅଟକି ଯାଇଥିଲା । ଇତି ମଧ୍ୟରେ ବିମାନରେ ଯାତ୍ରା କରୁଥିବା ୪୭ ଯାତ୍ରୀ ଏବଂ କ୍ର୍ୟୁ ମେମ୍ବର ସୁରକ୍ଷିତ ଅଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଛି ବୋଲି କୁହାଯାଉଛି ।
ଅପରପକ୍ଷେ ଆଉ ଏକ ସମାନ ଘଟଣା ମଂଗଲୁର ରେ ଦେଖା ଦେଇଛି । ଦୁବାଇ ରୁ ୧୮୩ ଯାତ୍ରୀଙ୍କୁ ନେଇ ମଂଗୁଲୁରରେ ଏୟାର ଇଣ୍ଡିଆ ବିମାନ ପହଁଚିଥିଲା । ଲାଣ୍ଡିଂ କରିବା ବେଳେ ବିମାନଟି ରନୱେରୁ ଖସି ଯାଇଥିଲା । ହୁଏତ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନାହିଁ । ସମସ୍ତ ଯାତ୍ରୀ ସୁରକ୍ଷତି ଅଛନ୍ତି ।