ନୟାଗଡ (ଏଟିଆର ବ୍ୟୁରୋ); ଏମିତି ବି ଆସିପାରେ ମୃତ୍ୟୁ । ଖୁସିରେ ଖେଳୁ ଖେଳୁ ଚାଲିଗଲା ଜୀବନ । ଶେଷରେ ଖେଳ ହୋଇଛି କାଳ । ନୟାଗଡ ସହରର ହାଟପଦା ବସ୍ତିରୁ ଆସିଛି ଏକ ଦୁଃଖଦ ଘଟଣା । ଦୋଳି ଖେଳୁଥିବା ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମହେଶ୍ୱର ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହୁ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏବେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ଶନିବାର ଲକ୍ଷ୍ମୀ ସ୍କୁଲକୁ ଯାଇନଥିଲେ । ବର୍ଷା ଯୋଗୁଁ ସେ ସ୍କୁଲ ନଯାଇ ଘରେ ଥିଲେ । ତେବେ ରଜକୁ ବାରି ପଟେ ବନ୍ଧା ହୋଇଥିବା ଦୋଳି ଖେଳୁଥିଲେ ଲକ୍ଷ୍ମୀ । ଘରେ କେହି ନଥିଲେ । ପରିବାର ଲୋକ ଦୋକାନରେ ଥିଲେ । ଏକା ଥିବା ଲକ୍ଷ୍ମୀ ଯାଇ ଦୋଳି ଖେଳୁଥିଲେ । ତେବେ କୌଣସି କାରଣ ବଶତଃ ଦୌଡି ଖସି ଯାଇଥିଲା । ଏହି ଦୌଡିଟି ଲକ୍ଷ୍ମୀଙ୍କ ବେଗରେ ଲାଗି ଯାଇଥିଲା ।
ପାଟି କରି ଚିକ୍ରାର କରିବା ପରେ ପଡୋଶୀମାନେ ଧାଇଁ ଆସି ତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ପରିବାର ଲୋକ ପହଁଞ୍ଚି ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଝିଅର ମୃତ୍ୟୁ ଖବର ଶୁଣିବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।