ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୋଆର ଡାବୋଲିମ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ଶନିବାର ଅପରାହ୍ନରେ ଦୁଇ ଘଣ୍ଟା ପାଇଁ ସମସ୍ତ ଉଡାଣକୁ ବାତିଲା କରାଯାଇଛି । ମିଗ୍-୨୯ ବିମାନର ଏକ ତେଲ ଟ୍ୟାଙ୍କ ରନୱେ ରେ ଖସି ପଡିବାରୁ ତେଲ ଚାରିଆଡେ ଖେଳିଯାଇଛି ଏବଂ ଲାଣ୍ଡିଂ ଓ ଟେକ୍ ଅପ୍ ଷ୍ଟ୍ରିପର କ୍ଷତି ହୋଇଛି । ଏହାସହିତ ନିଆଁ ବି ଲାଗି ଯାଇଛି ଯେଉଁଥିପାଇଁ ଚାରିଆଡେ ଧୂଆଁମୟ ଦୃଶ୍ୟମାନ ହେଉଛି । ସେପଟେ ନିଆଁ ଲିଭାଇବା କାର୍ଯ୍ୟ ବି ଜାରି ରହିଛି ।
Spokesperson Navy: Goa Airport closed temporarily for a few hours in view of fire caused by a drop tank of MiG 29K which got detached whilst taking off. All efforts in hand to resume flights as soon as possible. MiG 29K fighter aircraft is safe. (Pic courtesy: Spokesperson Navy) pic.twitter.com/dpPbMhBodV
— ANI (@ANI) June 8, 2019
ଏନେଇ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ କର୍ତ୍ତୃପକ୍ଷ ଶନିବାର ଅଫିସିଆଲ ଟ୍ୱିଟରରେ ଟ୍ୱିଟ୍ କରି କହିଥିଲେ କି , ମିଗ୍ ବିମାନ ଟେକଅପ୍ ଦ୍ୱାରା ରନୱେରେ ତେଲ ଟାଙ୍କି ଖସିପଡିବା ଦ୍ୱାରା ନିଆଁ ଲାଗି ଯାଇଛି, ଯେଉଁଥି ପାଇଁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବିମାନ ଯାତ୍ରା ବାତିଲ ହୋଇଛି । ସେପଟେ ବିମାନ ଉଡାଣର ସଂଚାଳନ ପାଖାପାଖି ୪ ଟା ବେଳେ ଆରମ୍ଭ ହେବ ବୋଲି ସମ୍ଭାବନା ରହିଛି ।