ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ର ଧୁଲେର ନିମଗୁଲ ଗାଁରେ ରବିବାର ରାତି ୧୦.୩୦ ରେ ଘଟିଛି ।
ଏନେଇ ପୋଲିସ କହିଛି କି, ବିପରୀତ ଦିଗରୁ ଆସୁଥିବା ରାଜ୍ୟ ପରିବହନ ବସ୍ ସହିତ କଣ୍ଟେନର ଟ୍ରକ୍ ଟି ଧକ୍କା ଦେଇଛି । ବସଟି ଔରାଙ୍ଗବାଦ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଦୁଇ ଜଣ ଡ୍ରାଇଭର ସାମିଲ ଅଛନ୍ତି । ଏହାବ୍ୟତିତ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସା କରିବା ଲାଗି ଧୁଲେର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।