ଆଣ୍ଟାର୍କଟିକା (ଏଟିଆର ବ୍ୟୁରୋ): ଚିଲି ବାୟୁସେନାର ଏକ ପରିବହନ ବିମାନ ଅଧା ବାଟରେ ନିଖୋଜ ହୋଇଯାଇଛି । ଏହି ବିମାନରେ ପାଖାପଖି ୩୮ଜଣ ଯାତ୍ରୀ ଯାତ୍ରା କରୁଥିଲେ । ବିମାନଟି ଆଣ୍ଟାର୍କଟିକା ସ୍ଥିତ ବେସକୁ ଯାଉଥିଲା । ସୂଚନା ମୁତାବକ, ଆଜି ସି-୧୩୦ ନାମକ ଏକ ହର୍କୁଲେସ ୨୧ଜଣ ଯାତ୍ରୀ ଓ ୧୭ଜଣ କ୍ରିୟୁ ସଦସ୍ୟଙ୍କୁ ନେଇ ଆଣ୍ଟାର୍କଟିକା ସ୍ଥିତ ବେସକୁ ଯାତ୍ରା ଆରମ୍ଭ କରିଥିଲା । ବିମାନଟି ପୁଣ୍ଟା ଆରେନାସାରେ ସଂନ୍ଧ୍ୟା ୪.୫୫ମିନିଟ ସମୟରେ ଉଡାଣ ଭରିଥିଲା । ଆଉ କିଛି ବାଟ ଅତିକ୍ରମ କରିଥିଲେ ବିମାନଟି ଆଣ୍ଟାର୍କଟିକା ସ୍ଥିତ ବେସ ପାଖରେ ପହଞ୍ଚିଥାନ୍ତା । ହେଲେ ୬.୧୩ମିନିଟ ପର ଠାରୁ ଆଉ ବିମାନ ସହ ଯୋଗାଯୋଗ କରାଯାଇପାରି ନଥିଲା ।
ଅନେକ ବାର ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ପର ହୋଇ ପାରିନଥିଲା । ପାଗ ଭଲ ଥିବା ସତ୍ୱେ କାହିଁକି ଯୋଗା ଯୋଗ ବିଚ୍ଛିନ ହେଲା ଏବଂ ବିମାନଟି କେଉଁ ଆଡେ ଗଲା ସେ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି । ଆଣ୍ଟାର୍କଟିକା ସ୍ଥିତ ବେସରେ ପହଞ୍ଚିବା ପରେ ସେଠାରେ ଥିବା ତେଲ ପାଇପ ଲାଇନ ଏବଂ ଅନ୍ୟନ ସରଞ୍ଜାମ ଯାଞ୍ଚ କରାଯିବାର ଥିଲା । ୩୮ ଯାତ୍ରୀ ନିଖୋଜ ହେବା ଖବର ପଚାର ହେବ ପରେ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ବଢିଯାଇଥିବା ବେଳେ ବିମାନଟିକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସରକୁ ଜୋରଦାର କରି ଦିଆଯାଇଛି ।