ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍ । ଏଭଳି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକା ଉପୁଡି ଜିଲ୍ଲାର ଏକ ପାହାଡିଆ ଅଞ୍ଚଳରେ ଘଟିଛି । ଏହି ଦୁର୍ଘଟଣାରେ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଯାତ୍ରୀ ଆହତ ହୋଇଛନ୍ତି ।
ଗତକାଲି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି । ଏକ ବଙ୍କାଣି ରେ ବସ୍ କୁ ବୁଲାଇଲା ବେଳେ ଅଚାନକ୍ ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ବସିଥିଲେ । ଯାହାଫଳରେ ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ପରବର୍ତ୍ତି ସମୟରେ ଅନ୍ୟ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏହାସହିତ ବସ୍ ରେ ଥିବା ୨୭ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ବସ୍ ରେ ଯାତ୍ରା କରୁଥିବା ଏସମସ୍ତ ଯାତ୍ରୀ ଭାଇଟାଲ ରେକଡର୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ବୋଲି ମହୀଶୂର ପୋଲିସ ସ୍ପଷ୍ଟ କରିଛି ।