ବିହାର (ଏଟିଆର ବ୍ୟୁରୋ): ବିହାରର ଛପରା ରେ ଏକ ଟ୍ରେନ ଦୁର୍ଘଟଣାଗସ୍ତ ଘଟିଛି । ଛପରା ବଲିୟା ରେଳଖଣ୍ଡଠାରେ ତାପ୍ତି ଗଙ୍ଗା ଏକ୍ସପ୍ରେସର ୧୩ ଟି ବଗି ରେଳ ଧାରଣାରୁ ବାହାରକୁ ବାହାରି ଯାଇଛି । ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହାସହିତ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Four injured after more than 10 coaches of Tapti-Ganga express train derail near Gautam Asthan,Chhapra in Bihar pic.twitter.com/UuTDn8vD32
— ANI (@ANI) March 31, 2019
ଆଜି ସକାଳ ପ୍ରାୟ ୮ଟା ସମୟରେ ଛପରା ରୁ ତାପ୍ତି ଗଙ୍ଗା ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିଥିଲା । ପ୍ରାୟତଃ ୪୫ ମିନିଟ୍ ଯାଏଁ ଯାତ୍ରା କରିବା ପରେ ଏକ୍ସପ୍ରେସଟି ଗୌତମ ସ୍ଥାନ ଷ୍ଟେସନରେ ପହଁଚିଲା ବେଳକୁ ଅଚାନକ୍ ୧୩ ଟି ଲାଇନ୍ ଚ୍ୟୁତ ହୋଇଗଲା ।
ଟ୍ରେନଟି ଛପରା ରୁ ବାହାରି ସୁରଟ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଏକ୍ସପ୍ରେସର ବେଗ ଦ୍ରୁତ ନଥିଲା । ତା ପରେ ବି କୌଣସି କାରଣ ବସତଃ ରେଳ ଧାରଣାରୁ ଟ୍ରେନର ବଗି ବାହାରି ଯାଇଥିଲା । ଏଥିରେ ଆହତ ହୋଇଥିବା ୪ ଜଣ ଯାତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଛପରା –ବଲିୟା ରେଳଖଣ୍ଡରେ ସମସ୍ତ ଟ୍ରେନ୍ ବନ୍ଦ କରି ଦିଆଯାଇଛି ।