ଔରଙ୍ଗାବାଦ ( ଏଟିଆର ବ୍ୟୁରୋ): ଆଜି ସକାଳୁ ସବୁଠାରୁ ବଡ ଦୁଃଖଦ ଓ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ଔରଙ୍ଗାବଦରେ ଗୋଟିଏ ମାଲବାହୀ ଟ୍ରେନ ଚଢିଯିବାରୁ ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି ।
ଶ୍ରମିକମାନେ ଛତିଶଗଡ ଅଭିମୁଖେ ଯାଉଥିଲେ ଏହି ସମୟରେ ସେମାନଙ୍କ ଉପରେ ମାଲବାହୀ ଟ୍ରେନ ଚଢିଯାଇଥିଲା । ଫଳରେ ଘଟଣା ସ୍ଥଳରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି ।
ଏମାନେ ମହାରାଷ୍ଟ୍ରରେ ପ୍ରବାସୀ ଶ୍ରମିକ ଭାବେ କାମ କରୁଥିବା ପ୍ରାଥମିକ ତଦନ୍ତରୁ ସୂଚନା ମଳିଛି । କରମତ ପୁଲିସ ରେଳ ଧାରଣାରୁ ଶବ ଗୁଡିକୁ ଉଦ୍ଧାର କରିଛି । ଅନ୍ୟ ୪ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।