ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ଘଟିଛି । ଏହି ଦୁର୍ଘଟଣାରେ ମୁମ୍ବାଇରେ ରହୁଥିବା ଟ୍ରେନି ପାୟଲଟ ଏବଂ ଟ୍ରେନରଙ୍କ ମୃତ୍ୟୁ ହୋଇଛି ।
ଶୁକ୍ରବାର ପ୍ରଶିକ୍ଷଣ ବିମାନଟି ଲାଣ୍ଡିଂ କରିବା ସମୟରେ ଏକ ଜମିରେ ଖସି ପଡିଥିଲା । ଯେଉଁଥିରେ ଟ୍ରେନି ପାଇଲଟ୍ ପିୟୁଷ ସିଂହ ଚନ୍ଦେଲ ଏବଂ ପାଇଲଟ ଅଶୋକ ମକୱାନା ଉପସ୍ଥିତ ଥିଲେ । ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଛି ।
ରିପୋର୍ଟ ମୁତାବକ, ଦୁର୍ଘଟଣାଟି ସାଗର ଜିଲ୍ଲାରୁ ୧୪ କି.ମି ଦୂରତ୍ୱ ବିଶିଷ୍ଟ ଢାନା ବିମାନ ବନ୍ଦର ପାଖାପାଖି ହୋଇଛି । ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ହୋଇଛି । କୁହୁଡି ଯୋଗୁଁ ପାଇଲଟକୁ ରନୱେ ଦୃଶ୍ୟମାନ ହୋଇନଥିଲା । ଯେଉଁଥି ପାଇଁ ବିମାନଟି ପାଖାପାଖି ୮୦ ରୁ ୧୦୦ ମିଟର ଦୂରତ୍ୱରେ ଥିବା ଏକ କ୍ଷେତରେ ପଡିଥିଲା ।