ନୀଳଗିରି(ଏଟିଆର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଉଦଳା ରାସ୍ତାରେ ଏକ ବସ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସୂଚନା ଅନୁସାରେ ନୀଳଗିରି ଉଦଳା ରାସ୍ତା ତେଲିପାଳ ଆଶ୍ରମ ସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆଜି ସକାଳ ୧୦ଟା ବେଳେ ବାଲେଶ୍ୱରରୁ ଉଦଳା ଯାଉଥିବା ସାହୁ ନାମକ ଏକ ବସ ଘରୋଇ ଟ୍ରକ ସହ ମୁହାଁମୁହିଁ ଧକ୍କା ଦେଇ ନିକଟରେ ଥିବା ଏକ ଗଛରେ ପିଟି ହୋଇଥିଲା ।
ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଜଣ ଯାତ୍ରୀ ଆହାତ ହେବାର ସୂଚନା ରହିଛି । ସେଥିମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ବସରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ସମସ୍ତ ଆହତଙ୍କୁ ବରମପୁର ଓ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ବରହମପୁର ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହ ତଦନ୍ତ ଆରମ୍ଭ କରିଛି ।