ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଧ୍ୟପ୍ରଦେଶ ଗୁନାରେ ଏକ ବଡ ଦୁର୍ଘଟଣାଗ୍ରସ୍ତ ଘଟିଛି । ଜିଲ୍ଲାର କ୍ୟାଣ୍ଟ ପିଏସ ଅଞ୍ଚଳରେ ଟ୍ରକ ଏବଂ ବସ୍ ମଧ୍ୟରେ ଧକ୍କା ହୋଇଛି । ଏଥିରେ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୫୦ ଜଣ ଆହତ ହୋଇଛନ୍ତି । ଏହି ସମସ୍ତ ଶ୍ରମିକ ଟ୍ରକରେ ଫେରୁଥିଲେ । ସେହିପରି ଉତ୍ତରପ୍ରଦେଶ ଜନପଦରେ ବାଟରେ ଚାଲି ଚାଲି ଯାଉଥିବା ଶ୍ରମିକଙ୍କ ଉପରେ ମାଡି ଯାଇଛି ଏକ ବସ । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଏହାବ୍ୟତିତ ବିହାରର ସମସ୍ତିପୁରରେ ବସ୍ ଓ ଟ୍ରକ ମଧ୍ୟରେ ଧକ୍କା ହେବା ଯୋଗୁଁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି ।
ମଧ୍ୟପ୍ରଦେଶ ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୫୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା କରିବା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଲକ୍ ଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକ ମାନଙ୍କ ମଧ୍ୟରୁ କିଏ ଚାଲି ଚାଲି ଘରକୁ ଫେରୁଛି ତ ପୁଣି କିଏ ଟ୍ରକରେ । କିନ୍ତୁ ଏଭଳି କରିବା ପାଇଁ ସରକାରଙ୍କ ପକ୍ଷରୁ ମନା କରାଯାଇଛି ।