କଟକ (ଏଟିଆର ବ୍ୟୁରୋ); ଡାଲି ବୋଝେଇ ଟ୍ରକ ଦୁର୍ଘଟଣା ହୋଇଛି । ପୋଲ ତଳକୁ ଖସି ପଡିଲା ଟ୍ରକ । ଡାଇଭର ଏବଂ ହେଲଫର ଗୁରୁତର ଆହତ ହୋଇଛନ୍ତି । ତେବେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି କଟକ ଚୌଦ୍ୱାର ନିକଟରେ । ୫୫ ନମ୍ବର ଜାତୀୟ ରାଜପଥରେ ଏକ କେନାଲ ତଳକୁ ଖସି ପଡିଛି ଟ୍ରକଟି । ପୋଲିସ ଖବର ପାଇ ଡ୍ରାଇଭର ଏବଂ ହେଲଫରଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରିଛନ୍ତି । ଉଭୟଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଡାକ୍ତର ସୂଚନା ଦେଇଛନ୍ତି ।
ସୋମବାର ସକାଳୁ ସକାଳୁ ଘଟିଛି ଏହି ଦୁର୍ଘଟଣା । ଭାରସାମ୍ୟ ହରାଇ ଟ୍ରକଟି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକ ଦୁର୍ଘଟଣା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଟ୍ରକର ଗତି ଏତେ ଜୋର ଥିଲା ଯେ ପୋଲର ସାଇଡରେ ଥିବା ବ୍ୟାରିଗେଡ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି । ତେବେ ଆହତ ହୋଇଥିବା ଡ୍ରାଇଭର ଏବଂ ହେଲଫରଙ୍କ ପରିଚୟ ମିଳିପାରି ନାହିଁ ।