ଯାଜପୁର (ଏଟିଆର ବ୍ୟୁରୋ): ମରାମତି ଚାଲୁଥିବା ବେଳେ ଭୁଷୁଡିଲା କାନ୍ଥ । ଘରର ମାଲିକ ସମେତ ମଜୁରିଆ ମୃତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲାରେ । ଯାଜପୁର ଜିଲ୍ଲା କୁଆଖିଆରେ ଏମିତି ଘଟଣା ଘଟିଛି ।ସୂଚନା ଅନୁସାରେ ଉକ୍ତ ଅଞ୍ଚଳରେ ବନମାଳି ସାହୁଙ୍କର ଘର ମରାମତି ଚାଲୁଥିଲା । ମଜୁରିଆ ଭାବେ ସେଠାରେ ଚନ୍ଦନ ଲେଙ୍କା ନାମକ ଜଣେ ୨୫ ବର୍ଷୀୟ ଯୁବକ ଏବଂ ଆଉଜଣେ କାମ କରୁଥିଲେ । ସକାଳୁ ସକାଳୁ କାମ ଆରମ୍ଭ ହୋଇଥିଲା ।
କାମ ଚାଲୁଥିବା ବେଳେ ହଠାତ ମରାମତି ହେଉଥିବା କାନ୍ଥଟି ଭୁଷୁଡି ପଡିଥିଲା କାମ କରୁଥିବା ମଜୁରିଆ ଦୁଇଜଣ ଓ ଘର ମାଲିକଙ୍କ ଉପରେ । ଯାହା ଫଳରେ ଘର ମାଲିକଙ୍କ ସମେତ ଦୁଇଜଣ ମଜୁରିଆ ଗୁରୁତର ଆହାତ ହୋଇଥିଲେ । ସମସ୍ତ ତିନି ଜଣ ଆହତଙ୍କୁ ଗ୍ରାମବାସୀ ମାନେ ଉଦ୍ଧାରେ କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଘର ମାଲିକ ବନମାଳି ସାହୁ ଏବଂ କାମ କରୁଥିବା ଚନ୍ଦନ ଲେଙ୍କାକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।
ସୂଚନାଯୋଗ୍ୟ ଗତ ୯ ତାରିିଖରେ ଢେଙ୍କାନାଳରେ ଏକ ସାପ୍ତାହିିକ ହାଟ ଚାଲିଥିବା ବେଳେ ସେଠାରେ ଏକ ପୁରୁଣା ରାଇସ ମିଲର କାନ୍ଥ ଭୁଷୁଡି ପଡିଥିଲା ଲୋକଙ୍କ ଉପରେ ଯାହା ଫଳରେ ସେଠାରେ ୪ ଜଣ ଉଠା ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିଲା । ଏବେ ପୁଣି କାନ୍ଥ ଭୁଷୁଡି ଯାଜପୁରରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।