ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜିଠୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ ରାଜଧାନୀ ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ । ଧାରଣାରେ ବସିବେ ୧୬୫ ବ୍ୟବସାୟୀ । ସବୁବେଳେ ଗହଳି ରହୁଥିବା ମାର୍କେଟ ବିଲ୍ଡିଂ ବନ୍ଦ ରଖିବାକୁ ନିଷ୍ପତି ନେଇଛି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ।
ଉଠା ଦୋକାନୀ ମାନଙ୍କୁ ବିଏମସି ଉଠାଉ ନଥିବାରୁ ଆଜିଠୁ ମାକେଟ ବିଲ୍ଟିଂ ବନ୍ଦ ରଖିଛି ବ୍ୟବସାୟୀ ସଂଘ । ସମସ୍ୟାର ସମାଧାନ ପାଇଁ ବିଏମସି କୁ ତିନି ଦିନ ସମୟ ଦେଇଥିଲା ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ । କିନ୍ତୁ ବିଏମସି ନଶୁଣିବାରୁ ଏଭଳି ନିଷ୍ପତି ନେଇଛି ବ୍ୟବସାୟୀ ସଂଘ ।