କେରାପୁଟ (ଏଟିଆର ବ୍ୟୁରୋ); କାମ ସାରି ବିଲରୁ ଫେରୁଥିଲା । ବଜ୍ରପାତରେ ଚାଲିଗଲା ଦୁଇ ମହିଳାଙ୍କ ଜୀବନ । ଭଗବାନଙ୍କ ଦୟାରୁ ଅଳ୍ପକେ ବର୍ତ୍ତିଗଲେ ୩ଜଣ । ସେମାନେ ଆହାତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ୩ ମାସର ଛୁଆ ମଧ୍ୟ ରହିଛି । ତେବେ କୋରାପୁଟ ଜିଲ୍ଲା ଲଙ୍ଗଡବେଡା ପଞ୍ଚାୟତ ଚିନାକିମିଡିଭଦ୍ରା ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତକ ଦ୍ୱୟ ହେଲେ ରାଧା (୨୫) ଓ ସୁନୀତା। ଉଭୟ ସମ୍ପର୍କରେ ଯାଆ ହେବେ ।
ସୂଚନା ଅନୁଯାୟୀ,ଗତକାଲି ବିଲରେ କାମ ସାରିବା ପରେ ପାଞ୍ଚ ଜଣ ଫେରୁଥିଲେ । ହଠାତ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଆହତ ହୋଇଥିବା ୩ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ବଜ୍ରପାତ ହୋଇଥିବା ଗାଁ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବାରୁ ଆହତ ମାନଙ୍କୁ ପାର୍ବତୀପୁରମ୍ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମୃତକଙ୍କ ପରିବାର ଲୋକ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି । ଅପରପକ୍ଷରେ ପୋଲିସ ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଆହତଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବା ପାଇଁ ମଧ୍ୟ ଆଶା ରଖିଛନ୍ତି ପରିବାର । ତେବେ ଏବେ ସୁଦ୍ଧା ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳିନାହିଁ । ପୂର୍ବରୁ ବଜ୍ରପାତରେ ବହୁ ଲୋକଙ୍କ ଜୀବନ ଯାଇଛି ।