ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାମପୁରର ନବନିର୍ବାଚିତ ସାଂସଦ ଆଜମ ଖାଁଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଆଜମ୍ ଖାଁ ନିଜେ କହିଛନ୍ତି କି ମୁଁ ସାଂସଦରୁ ଇସ୍ତଫା ଦେଇ ବିଧାନସଭା ନିର୍ବାଚନ ଲଢିବି । ହୁଏତ ସେ ସଂସଦରୁ ଇସ୍ତଫା ଦେବା ସ୍ଥିତିରେ ଏବେ ଆଉ ବିଧାନସଭା ନିର୍ବାଚନ ହେବ ନାହିଁ ।
ଆଗାମୀ୨୦୨୨ ରେ ହେବାକୁ ଥିବା ବିଧାନସଭା ନିର୍ବାଚନ କଥା ଆଜମ ଖାଁ କହୁଛନ୍ତି ବୋଲି ଏଥିରୁ ଅନୁମାନ କରାଯାଉଛି । ରବିବାର ରାମପୁରରେ ଜନସାଧାରଣଙ୍କ ଖରାପ ସ୍ଥିତିକୁ ଚର୍ଚ୍ଚା କରି ଆଜମ ଖାଁ କହିଛନ୍ତି ଯେ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ହିଁ ନାହିଁ । ଏହାସହିତ ହସ୍ପିଟାଲରେ ଡାକ୍ତର ହିଁ ନାହାନ୍ତି । ଆମେ ଯେଉଁ ହସ୍ପିଟାଲ ଚଳାଉଛୁ ତାକୁ ଭାଙ୍ଗିବା ପାଇଁ ଚେଷ୍ଟା ଚାଲିଛି ।
ଏହାବ୍ୟତିତ ଲାଲପୁର ପୁଲ ବିଷୟରେ ଚର୍ଚ୍ଚା କରି ଆଜମ୍ କହିଛନ୍ତି କି ସେଥିପାଇଁ ଟଙ୍କା ଦିଆ ଯାଇଥିଲା, ପିଲର ବି ତିଆରି ହୋଇସାରିଥିଲା କିନ୍ତୁ ବାକି କାମ ଅଟକି ରହିଲା ।
ବ୍ୟାରେଜ କାମ ଅଟକି ରହିଛି, ଏହାର ନିର୍ମାଣ ବି ପୂରା ହେବା ଉଚିତ୍ । ରାମପୁରରେ ବିକାଶ ପାଇଁ ଯେଉଁ ସବୁ କାମ ଅଟକି ରହିଛି ତାକୁ ପୂରଣ କରିବାର କାର୍ଯ୍ୟ ଜାରି ରହିବ । ଏହାପରେ ଆଜମ ଶେଷରେ କହିଛନ୍ତି ଯେ ମୁଁ ଭାବୁଛି ସଂସଦରୁ ଇସ୍ତାଫା ଦେଇ ବିଧାନସଭା ନିର୍ବାଚନ ଲଢିବି ।