ବାଲେଶ୍ୱର (ଏଟିଆର ବ୍ୟୁରୋ); ଟ୍ରେନ ଆଗକୁ ଡେଇଁ ହତ୍ୟା କରିବା ପାଇଁ ଉଦ୍ୟମ କରୁଥିଲେ ଯୁବତୀ । ତେବେ ଭଗବାନଙ୍କ ଦୟାରୁ ଲୋକ ଦେଖିବା ପରେ ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ସାବିରା ରେଲୱେ ଷ୍ଟେସନ ନିକଟରେ । ଯୁବତୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକ କଟକ ବଡ ମେଡିକାଲରେ ଭର୍ତ୍ତି କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଯୁବତୀ ଜଣକ ଗୁରୁଦେବ ସୁପରଫାଷ୍ଟ ଏକ୍ସପ୍ରେସ ଆଗକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ସେଠାରେ ଥିବା ଯାତ୍ରୀମାନେ ତାଙ୍କୁ ଧରିପକାଇଥିଲେ । ତେବେ ତାଙ୍କ ଜୀବନ ଯଦିଓ ବଞ୍ଚିଯାଇଛି କିନ୍ତୁ ଗୋଡ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଲୋକମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଯୁବତୀ ଜଣକ କାହିଁକି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲେ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଆଜିକାଲି ଯବୁପିଢ଼ିମାନେ ପ୍ରେମ ପାଇଁ ଆତ୍ମହତ୍ୟା କରିଥାନ୍ତିି । ଏଣୁ କେତେକ ଲୋକ କଥା ହେଉଛନ୍ତି କି ସେ ପ୍ରେମରେ ଧୋକା ଖାଇବା ପରେ ଆତ୍ମହତ୍ୟା କରିବାର ଉଦ୍ୟମ କରିତାଇପାରନ୍ତି । ଅପରପକ୍ଷରେ କେତେକ ଲୋକ କଥା ହେଉଛନ୍ତି କି ପରିବାରରେ କିଛି ଅସୁବିଧା ପାଇଁ ଜୀବନକୁ ପାଣି ଛଡାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବତୀ ।