କେନ୍ଦୁଝର (ଏଟିଆର ବ୍ୟୁରୋ): ଝିଅ ଘରକୁ ଯାତ୍ରା କଲାବେଳେ ମା’ଙ୍କର ହେଲା ଶେଷ ଯାତ୍ରା । ଆଜ୍ଞା ହଁ ଏଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ବାଲିଯୋଡି ନିକଟରେ ଘଟିଛି । ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ମହିଳାଙ୍କ ମୃତ ଘଟିଛି । ମୃତ ମହିଳା ଜଣକ ହେଲେ ପର୍ଶୁରାମପୁରର ଲୋଚନା ନାଏକ ।
ଗତକାଲି ମହିଳା ଜଣଙ୍କ ତାଙ୍କ ଝିଅ ଘରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଲୋଚନା ବାଲିଯୋଡିରେ ପହଁଚି ବସ୍ ରୁ ଓହ୍ଲାଇ ରାସ୍ତା ପାର୍ ହେଉଥିବା ସମୟରେ ଏକ ଆମ୍ବୁଲାନ୍ସ ଦୃତ ଗତିରେ ଆସି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମହିଳାଙ୍କର ମୃତ ଘଟିଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ରୁଣ୍ଢ ହୋଇ ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।