ଭୂବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତର ପ୍ରଭାବ ଜାରି ରହିଛି । ଆସନ୍ତା ଜାନୁଆରୀ ୨ ତାରିଖରୁ ଶୀତର ପ୍ରକୋପ ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା କରାଯାଇଛି ।୭ ଟି ଜିଲ୍ଲାର ପାରଦ ୧୦ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ୫.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଆସନ୍ତା କାଲିଠାରୁ ୬ ଟି ଜିଲ୍ଲାରେ ଅତ୍ୟଧିକ ଶୀତ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହି ଜିଲ୍ଲା ଗୁଡିକ ହେଉଛି ଝାରସୁଗୁଡା , ଅନୁଗୁଳ , ସୁନ୍ଦରଗଡ , ବୈାଦ୍ଧ , ଓ କନ୍ଧମାଳ । ଆସନ୍ତା ୩୦ ରୁ ୨ ତାରିଖ ପର୍ଯ୍ୟନ୍ତ ଶୀତର ଲହରୀ ଜାରି ରହିବ । ଆଭ୍ୟନ୍ତରୀଣ ଓଡିଶାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଓ ଉପକୂଳ ଓଡିଶାରେ ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିଥିଲା ।
୩୧ ତାରିଖରୁ ଶୀତର ପ୍ରକୋପ ବଢିବ ବୋଲି ଅନୁମାନ କରାଯାଉଛି । ପ୍ରଚଣ୍ଡ ଶୀତ ଲାଗିରହିଥିବା ବେଳେ ଜିଲ୍ଲାଗୁଡିକରେ ବାସଗୃହ ନଥିବା ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ନେବା ପାଇଁ ପଦକ୍ଷେପ ନିଆଯାଇଛି ।ଭୂବନେଶ୍ୱର ଓ କଟକରେ ପାରଦ ଯଥାକ୍ରମେ ୧୨ ଓ ୧୩.୨ ଡିଗ୍ରୀ ତାପମାତ୍ରା ଥିବାବେଳେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାରଦ ସାମାନ୍ୟ ଖସିପାରେ ।