ଭୁବନେଶ୍ୱର ( ଏଟିଆରବ୍ୟୁରୋ ) ଡଃ ଏ.ପି.ଜେ ଅବଦୁଲ କଲାମଙ୍କ ଜନ୍ମଦିନ ପରିପ୍ରେକ୍ଷୀରେ ଡଃ ଏ.ପି.ଜେ ଅବଦୁଲ କଲାମ ମେମୋରିଆଲ ଟ୍ରଷ୍ଟ ତରଫରୁ ସୋମବାର ଦିନ ବିଶ୍ୱଛାତ୍ର ଦିବସ ପାଳନ କରାଯାଇଅଛି । ଭୁବନେଶ୍ୱରସ୍ଥିତ କଳିଙ୍ଗ ବୁଦ୍ଧମନ୍ଦିର ସଭାଗୃହରେ ଏହି ଦିବସକୁ ପାଳନ କରାଯାଇଥିଲା । ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଡଃ ଶରତ ଚନ୍ଦ୍ର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଦୀପପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ ।
ପ୍ରାରମ୍ଭରେ ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ, ଓଡିଶା ଶାଖାର ସାଧାରଣ ସଂପାଦକ ଡା.କରୁଣାକର ପ୍ରଧାନ ଟ୍ରଷ୍ଟର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଓଡିଶା ସରକାରଙ୍କ ପୂର୍ବତନ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ ଡଃ ଶରତ କୁମାର ବିଶ୍ୱାଳ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡଃ କଲାମଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଟେକ ରଖିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । ଏହି ଅବସରରେ ଖବରକାଗଜ ନୀତିଦିନର ସଂପାଦକ ତଥା ବିଶିଷ୍ଟ ସାହିତ୍ୟିକ ଶ୍ରୀ ମନୋଜ କୁମାର ମହାପାତ୍ର ଡଃ କଲାମଙ୍କ ସ୍ୱପ୍ନର ଭାରତ ସମ୍ଭନ୍ଧରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ ଦ୍ୱାରା ଆୟୋଜିତ ପ୍ରାଦେଶିକ ମେଧାପରୀକ୍ଷାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମେଧାବୃତି ପୁରଷ୍କାରରେ ପୁରୋଷ୍କୃତ କରାଯାଇଥିଲା । ଏହାସହ ମୋଟ ୨୬ଜଣ ଛାତ୍ରଛାତ୍ରୀଙ୍କୁ ଉକ୍ରଳଜ୍ୟୋତି ସମ୍ମାନ-୨୦୧୮ ଏବଂ ୨୨ଜଣ କୁନି ବୈଜ୍ଞାନିକଙ୍କୁ ଡଃ କଲାମ ବିଜ୍ଞାନ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା ।
ଏହି ଅବସରରେ ଚିତ୍ରରେ ବିଜ୍ଞାନ, କବିତାରେ ବିଜ୍ଞାନ ତଥା ବିଜ୍ଞାନ କୁଇଜ ଅନୁଷ୍ଠିତ ହୋଇଥିଲା । ଏଥିରେ ୧ମ, ୨ୟ ଏବଂ ୩ୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀ ଏକାଦଶୀ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶ୍ରୀ ସ୍ୱାଧୀନ ମହାନ୍ତି ପ୍ରତିଯୋଗୀତା ଗୁଡିକ ପରିଚାଳନା କରିଥିଲେ ।