ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶିକ୍ଷା ବର୍ଷ ୨୦୨୦-୨୧ ଦଶମ ଶ୍ରେଣୀ ବହି ବଦଳିଛି । ଦଶମ ଶ୍ରେଣୀର ପ୍ରାୟତଃ ୮ ଟି ବହି ବଦଳିଛି । ବହି ବଦଳାଇବାର ନିଷ୍ପତି ମାଧ୍ୟମିକ ଶିକ୍ଷା ପକ୍ଷରୁ ନିଆଯାଇଛି ।
ଚଳିତ ବର୍ଷ ଦଶମ ଶ୍ରେଣୀ ପିଲାମାନେ ନୂଆ ବହି ପଢିବେ । ମାତ୍ର ବଦଳା ଯାଇଥିବା ୮ ଟି ବହି ମଧ୍ୟରେ କେଉଁ କେଉଁ ବିଷୟ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ଦଶମ ଶ୍ରେଣୀର ସର୍ବମୋଟ ୧୪ ଟି ବହି ମଧ୍ୟରୁ ୮ ଟି ବହି ବଦଳିଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି ।
ସବୁଠାରୁ ବଡ କଥା ହେଲା କରୋନା ଲକ୍ ଡାଉନ୍ ପାଇଁ ସବୁକିଛି ବନ୍ଦ ରହିଛି । ଇତିମଧ୍ୟରେ ପିଲାମାନେ ବହି କିଭଳି ଆଣିବେ ଆଉ ପାଠ ପଢିବେ । ସେଥିପାଇଁ ଲକ୍ ଡାଉନ୍ ଉଠିବା ପରେ ବଦଳି ଥିବା ବହି ଗୁଡିକ ବିକ୍ରି ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।