ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଗତକାଲି ପ୍ରଧାନମନ୍ତ୍ରୀ ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନ ଘୋଷଣା କରିଛନ୍ତି । ଯାହା ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଜାରାି ରହିବ । ତେବେ ଲକ ଡାଉନ ଘୋଷଣା ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନ ପାଇଁ ଗାଇଡ ଲାଇନ ଜାରି କରାଯାଇଛି । ମନେରେଗା କାର୍ଯ୍ୟ ଚାଲୁ ରହିବ । ସେହିଭଳି ଜଳ ସଂରକ୍ଷଣ ଆଦି କାର୍ଯ୍ୟ ମଧ୍ୟ କରାଯିବ । କୃଷି ଓ କୃଷି ସମ୍ବନ୍ଧୀୟ କାର୍ଯ୍ୟକୂ ଲକ ଡାଉନରୁ ବାଦ ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ ବିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ସମସ୍ତ ହସ୍ପିଟାଲ, ନର୍ସିଂ ହୋମ୍, କ୍ଲିନିକ୍, ଟେଲିମେଡିସିନ୍ ସୁବିଧା ଖୋଲା ରହିବ। ଗ୍ୟାସ ଡିପୋ, ଖୁଚୁରା ଗ୍ୟାସ ବ୍ୟବସାୟୀ ଦୋକାନ ଖୋଲା ରହିବ । ଗ୍ରାମାଞ୍ଚଳରେ ଥିବା ସମସ୍ତ ଶିଳ୍ପ କାରାଖାନା ମଧ୍ୟ ଖୋଲା ରହିବ।
ସେହିଭଳି ରେଳ, ବିମାନ, ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ ଶିବିର, ସିନେମା ହଲ୍, ବସ ପରିବହନ , ସପିଂ କମ୍ପ୍ଲେକ୍ସ, ଜିମ୍, କ୍ରୀଡା କମ୍ପ୍ଲେକ୍ସ, ସନ୍ତରଣ ପୁଲ୍, ବାର୍, ଥିଏଟର ଆଦି ପୂର୍ବଭଳି ଲକଡାଉନ୍ ନଉଠିବା ଯାଏ ବନ୍ଦ ରହିବ। ସବୁଠାରୁ ବଡ କଥା ହେଉଛି ଅନ୍ତିମ ସଂସ୍କାର ପାଇଁ ୨୦ ଜଣରୁ ଅଧିକ ଲୋକଙ୍କୁ ଅନୁମତି ଦିଆଯିବ ନାହିଁ । କରୋନା ହଟସ୍ପଟ ସ୍ଥାନରେ କଟକଣା କଡାକଡି କରାଯିବ । ଏଠାରୁ କୌଣସି ଲୋକ ବାହାରକୁ ଯାଇପାରିବେ ନାହିଁ କିମ୍ବା ଏଠାରୁ କୌଣସି ଲୋକ ପ୍ରବେଶ କରି ପାରିବେ ନାହିଁ ।