ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଜାନୁୟାରୀ ୨୮ରୁ ଆରମ୍ଭ ହେବାକୁ ଯାଉଛି +୨ ପ୍ରାକ୍ଟିକାଲ ପରୀକ୍ଷା ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆ ଯାଇଛି । କଳା,ବିଜ୍ଞାନ ଏବଂ ଧନ୍ଦା ମୂଳକ ଶିକ୍ଷା ସବୁ ବିଭାଗରେ ଆସନ୍ତା ଜାନୁୟାରୀ ୨୮ରୁ ଆରମ୍ଭ ହୋଇ ଫେବୃୟାରୀ ୨୮ ଯାଏଁ ଚାଲିବ । ତେବେ ଜାନୁୟାରୀ ୨୫ ତରିଖ ଦିନ ଛାତ୍ର ଛାତ୍ରୀମାନଙ୍କୁ ଆଡମିଟ କାର୍ଡ ଦିଆଯିବ ବୋଲି କୁହାଯାଇଛି ।
ପରୀକ୍ଷାକୁ ନିରପେକ୍ଷ ଏବଂ ସ୍ୱଛ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ଲିକକୁ ଦୃଷ୍ଟିରେ ରଖି ପରୀକ୍ଷା ହଲ ଭିତରକୁ ପରୀକ୍ଷକମାନେ ମୋବାଇଲ ନେବା ଉପରେ କଟକଣା ଲଗାଯାଇଛି । ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବା ବାଧ୍ୟତା ମୂଳକ ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଛି ସିଏଚଏସଇ । ସେପଟେ ପରୀକ୍ଷାକୁ ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି ।