ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଛାତ୍ରଛାତ୍ରୀମାନଙ୍କୁ ନବୀନ ଦେଲେ ଗୁରୁମନ୍ତ୍ର । ନବୀନ ପଟ୍ଟନାୟକ ଦଳର ଛାତ୍ରନେତାଙ୍କୁ ୩ ଟି ପରାମର୍ଶ ଦେଇ କହିଛନ୍ତି ପରିବାର ପ୍ରତି ବାପା ମାଙ୍କ ପ୍ରତିଥିବା କର୍ତ୍ତବ୍ୟ ଭୁଲ ନାହିଁ । ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ । ଓଡିଶା ଜାତିର ସମୃଦ୍ଧି ପାଇଁ ବିଶେଷ ଅବଦାନ ଥିବା ମହାପୁରୁଷଙ୍କ ବିଷୟରେ ପଢ ଓ ଜାଣ ।
ଭୀମ ଭୋଇ , ଗୋପବନ୍ଧୁ ଦାଶ, ମଧୁସୂଦନ ଦାସ , ଓ ପାର୍ବତୀ ଗିରିଙ୍କ ଭଳି ବ୍ୟକ୍ତିଙ୍କ ନୀତି ଆଦର୍ଶ ବିଷୟରେ ଜାଣିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଅବଶରରେ ବିଜୁ ଜନତା ଦଳ , ବିଜୁ , ବିଜୁ ବାବୁ , ନବୀନ ଓ ଓଡିଶା ବିଷୟରେ ଛାତୀମାନେ ଜାଣିଛନ୍ତି କି ନାହିଁ ସେ ବିଷୟରେ ଏକ ପରୀକ୍ଷା ହୋଇଥିଲା ।
୨୫ ଟି ପ୍ରଶ୍ନ ଥିବା ଏକ ପ୍ରଶ୍ନପତ୍ର ଦିଆଯାଇଥିଲା ।ଓ ୧୦ ମିନିଟରେ ସେମାନେ ଏହାର ଉତ୍ତର ରଖିଥିଲେ । ସଠିକ ଉତ୍ତରଦାତାଙ୍କୁ ଦଳ ତରଫରୁ ପୁରଷ୍କାର ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନୀତି ଆଦର୍ଶରେ ଲୋକଙ୍କ ପାଇଁ ଯେଭଳି କାମ କରୁଛନ୍ତି ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୁଅ।