ମୁମ୍ବାଇ (ଏଟିଆର ବ୍ୟୁରୋ): ପ୍ରାୟ ୯ ମାସ ହେବ କରୋନା ପାଇଁ ରାଜ୍ୟରେ ପ୍ରାୟ ସବୁ ନିୟମ କଡା କଡି ଥିଲା । ମନ୍ଦିର ଗୁଡିକ ମଧ୍ୟ ବନ୍ଦ ଥିଲା । କିନ୍ତୁ ଗତ କାଲି ୨୩ ରେ ପୁରୀ ଶ୍ରୀମନ୍ଦିର ଖୋଲିବା ପରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ଛୁଟି ଚାଲିଛି ଭକ୍ତଙ୍କ ସୁଅ । ତେବେ କଟକଣା ପାଇଁ ସମସ୍ତଙ୍କୁ ଦର୍ଶନ ପାଇଁ ସୌଭାଗ୍ୟପ୍ରାପ୍ତ ହୋଇନାହିଁ । ଅନେକ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇ ନିରାଶ ହୋଇଛନ୍ତି ।ଚାରି ଧାମ ମଧ୍ୟରୁ ପ୍ରଭୁ ଜଗନ୍ନାଥଙ୍କ ଧାମ ହେଉଛି ଏକ ଧାମ । ତେଣୁ ଦେଶ ବିଦେଶରୁ ଅନେକ ଭକ୍ତ ଜଗା ଦର୍ଶନ ପାଇଁ ଆସିଥାନ୍ତି । ତେବେ ଆଗକୁ ନୂଆ ବର୍ଷ ଆସୁଥିବାରୁ ଅନେକ ପୁରୀ ଆସିବାକୁ ମନ ବଳାଇଥିବେ ନିଶ୍ଚୟ । ଅଭିନେତ୍ରୀ କଙ୍ଗନା ରଣାୱତ ଆଗାମୀ ବର୍ଷ ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପୁରୀ ଆସିବେ ବୋଲି ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।ଏବେ କଙ୍ଗନା ମନାଲି ସ୍ଥିତ ପରିବାର ସହ ଛୁଟି କଟାଉଛନ୍ତି । ଗତ ସପ୍ତାହରେ କଙ୍ଗନା ତାଙ୍କ ଫିଲ୍ମ ଥାଲାଇଭିର ସୁଟିଂ ଶେଷ କରିଛନ୍ତି । ସୁଟିଂ ଶେଷ କରିବା ପରେ ସେ ତାଙ୍କ ପରିବାର କିଛି ସମୟ ବିତାଇବା ପାଇଁ ମନାଲି ଆସିଛନ୍ତି । ଏହାସହ ସେ ୨୦୨୦ ବର୍ଷ ଶେଷରେ ନିଜର କିଛି ଇଚ୍ଛା ସେୟାର କରିଛନ୍ତି । ଯାହାକୁ ସେ ନୂଆବର୍ଷ ୨୦୨୧ରେ ପୂରା କରିବାକୁ ଚାହୁଁଛନ୍ତି । ସେଥିମଧ୍ୟରେ କେଦାରନାଥ ଓ ପୁରୀ ଗସ୍ତ ମଧ୍ୟ ସାମିଲ ରହିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024