ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଯୁକ୍ତ ୩ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା । ରାଜ୍ୟରେ ଥିବା ୧୦୦୮ ଟି ଡିଗ୍ରୀ ମହାବିଦ୍ୟାଳୟ ପାଇଁ ହେବ ନାମଲେଖା । ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ସ୍ୱୟଂ ଶାସିତ ଓ ଡିଗ୍ରୀ ମହାବିଦ୍ୟାଳୟରେ ଇ- ଆଡ଼ମିଶନ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଦିନ ୧୧ ଟାରେ ସାମ୍ସ ପୋର୍ଟାଲରେ କମନ ଆପ୍ଲିକେଶନ ଫର୍ମ ଉପଲବ୍ଧ ହେବ ।
ସେପ୍ଟେମ୍ବର ୪ ତାରିଖ ପଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ସେପ୍ଟେମ୍ବର ୯ ତାରିଖରେ ମେରିଟ ଲିଷ୍ଟ ପ୍ରକାଶ ପାଇବ । ୧୪ ତାରିଖ ପର୍ଯ୍ୟନ୍ତ ନାମ ଲେଖା ପ୍ରକ୍ରିୟା ଚାଲିବ ସେହିପରି ସେପ୍ଟେମ୍ବର ୨୧ ରେ ବାହାରିବ ସେକେଣ୍ଡ ମେରିଟ ଲିଷ୍ଟ ।
ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଇ-ଆଡମିଶନ ହେଲପଲାଇନ ନମ୍ବର ୧୫୫୩୩୫/୧୮୦୦୩୪୫୬୭୭୦ ଜାରି କରାଯାଇଛି । ଛାତ୍ରଛାତ୍ରମାନେ www,samsodisha,gov.in ରେ ସିଏଏଫ ଫର୍ମ ପୂରଣ କରିପାରିବେ ।