ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଭିଡିଓ ରିଲିଜ୍ ଜରିଆରେ ବୋର୍ଡ ପକ୍ଷରୁ ଫଳାଫଳ ପ୍ରକାଶ ପାଇଛି । ଏନେଇ ବିଧିବଦ୍ଧ ଭାବେ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଘୋଷଣା କରିଛନ୍ତି ।
ଗତବର୍ଷ ତୁଳଳାରେ ଚଳିତବର୍ଷର ପାସ୍ ହାର ଅଧିକ ରହିଛି । ସେହିଅନୁଯାୟୀ ଚଳିତ ବର୍ଷର ପାସ୍ ହାର ୭୮.୭୬ ପ୍ରତିଶତ ରହିଛି । ଏଥିରେ ପୁଅକୁ ପଛରେ ପକାଇ ଅଧିକ ପ୍ରତିଶତ ରଖି ବାଜି ମାରି ନେଇଛନ୍ତି ଝିଅ ।
ସେହିପରି ଛାତ୍ରଛାତ୍ରୀ ମାନେ ସେମାନଙ୍କ ଫଳାଫଳ ଜାଣିବା ପାଇଁ ବୋର୍ଡର ୱେବସାଇଟ www.bseodisha.ac.in/ www.bseodisha.nic.in କୁ ଯାଇ ସେମାନଙ୍କ ଫଳାଫଳ ଜାଣି ପାରିବେ । ଏହାବ୍ୟତିତ ୫୬୭୬୭୫୦ ରେ ନାଁ ଏବଂ ରୋଲ ନମ୍ବର ଲେଖି ପଠାଇବା ଦ୍ୱାରା ଏସଏମଏସ ଦ୍ୱାରା ରେଜଲ୍ଟ ଜାଣି ପାରିବେ ।